ପୁରୀରୁ ଚିଲିକା ପର୍ଯ୍ୟନ୍ତ ପର୍ଯ୍ୟଟନର ଅଭିବୃଦ୍ଧି ନେଇ ସଚେତନତାର ବାର୍ତ୍ତା,ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ମଧ୍ୟ କରାଗଲା ସଚେତନତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋଷ୍ଟାଲ ଟ୍ରେକ୍‌ ମାଧ୍ୟମରେ ସଚେତନତା ବାର୍ତ୍ତା । ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ତଥା ପୁରୀରୁ ଚିଲିକା ପର୍ଯ୍ୟନ୍ତ ପର୍ଯ୍ୟଟନର ଅଭିବୃଦ୍ଧି ନେଇ ସଚେତନତାର ବାର୍ତ୍ତା ଦିଆଯାଇଛି । ଭୁବନେଶ୍ୱର ସାଇକ୍ଲିଙ୍ଗ ଆଡଭେଞ୍ଚର କ୍ଲବ ପକ୍ଷରୁ ଆୟୋଜିତ ଦିନିକିଆ ୩୧ କିଲୋମିଟର ବ୍ୟାପି କୋଷ୍ଟାଲ ଟ୍ରେକରେ ୬୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଭାଗ ନେଇଛନ୍ତି । ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଏହି ଦୁଃସାହାସିକ ତଥା ଜନସଚେତିତ ପଦଯାତ୍ରାରେ ସାମିଲ ହୋଇ ପ୍ରତିନିଧି ମାନେ ନିଜକୁ ଗୌରାବାନ୍ଵିତ ମନେ କରିଛନ୍ତି l ପୁରୀ ଠାରୁ ଚିଲିକା ମୁହାଣ ଧଳାବାଲି ପର୍ଯ୍ୟନ୍ତ କୋଷ୍ଟାଲ ଟ୍ରେକିଙ୍ଗ କାର୍ଯ୍ୟକ୍ରମ କରାଯାଇଛି ।

ଅଷ୍ଟମ ଥର ପାଇଁ ଆୟୋଜିତ ହେଉଥିବା ଏହି କୋଷ୍ଟାଲ ଟ୍ରେକିଙ୍ଗ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖି ଚଳିତବର୍ଷ ୬୦ରୁ ଅଧିକ ପ୍ରତିନିଧି ଯୋଗଦାନ କରିଛନ୍ତି । ବେଳାଭୂମିକୁ ପ୍ରଦୂଷଣ ମୁକ୍ତ କରିବା,ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ତଥା ପୁରୀ ଚିଲିକା ପର୍ଯ୍ୟଟନର ବିକାଶକୁ ଲକ୍ଷ୍ୟରେ ରଖି ଏହି ଟ୍ରେକିଙ୍ଗ ମାଧ୍ୟମରେ ସଚେତନତା ବାର୍ତା ଦିଆଯାଇଛି । ଭୁବନେଶ୍ୱର ସାଇକ୍ଲିଙ୍ଗ ଆଡଭେଞ୍ଚର କ୍ଲବ ପକ୍ଷରୁ ପ୍ରତିବର୍ଷ ଏହିଭଳି ପଦଯାତ୍ରା ଆୟୋଜିତ କରାଯାଉଥିବା ବେଳେ ଏହା ପର୍ଯ୍ୟଟନ ବିକାଶ ଦିଗରେ ବେଶ ଆଦୃତ ହୋଇଛି ।.

Leave A Reply

Your email address will not be published.