ମାଇକ୍ରୋ ଫାଇନାନ୍ସ କମ୍ପାନୀଙ୍କ ବଢ଼ିବାରେ ଲାଗିଛି ଦୌରାତ୍ମ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ପ୍ରଦତ୍ତ କୋଣସି ଗାଇଡ଼ଲାଇନକୁ ଉକ୍ତ କମ୍ପାନୀ ଗୁଡିକ ଅନୁପାଳନ କରୁନାହାନ୍ତି। ଯାହାକୁ ନେଇ ଉତ୍କଳ ସମାଜ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଏକ ଶୋଭାଯାତ୍ରାରେ ବାରିପଦା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକ ମହିଳା ଗ୍ରୁପ ସଦସ୍ୟ ମାନଙ୍କୁ ଋଣ ପ୍ରଦାନ କରୁଛନ୍ତି। ଉକ୍ତ ଋଣ କିସ୍ତି ସଂଗ୍ରହ କରିବାକୁ ଯାଇଥିବା କର୍ମଚାରୀ ମାନଙ୍କ ଜୁଳୁମ ଅନେକ ରହୁଛି। କିସ୍ତି ପାଇଁ ମହିଳା ମାନଙ୍କୁ ଅସୌଜନ୍ୟ ବ୍ୟବହାର କରୁଛନ୍ତି। ଯାହା ଫଳରେ ସେମାନଙ୍କ ମାନବ ଅଧିକାରୀ କ୍ଷୁର୍ଣ୍ଣ ହେବ। ମହିଳାଙ୍କ ଅନୁପସ୍ଥିତିରେ ତାଙ୍କ ଛୁଆ ମାନଙ୍କୁ ଭୟଭୀତ କରାଯାଉଛି। ଆରବିଆଇ ଗାଇଡ଼ଲାଇନ ଅନୁଯାୟୀ ସକାଳ ୬ ଠାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କିସ୍ତି ସଂଗ୍ରହ କରିବାର ସମୟ ରହିଥିବା ବେଳେ ତାହାକୁ ଅନୁପାଳନ କରାଯାଉନାହିଁ।

ଯାହାକୁ ନେଇ ଉତ୍କଳ ସମାଜର ସଦର ବ୍ଲକ ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ପୌରହିତରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ତଦନ୍ତ କରି ଏଥିପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଭାସ୍କର ଜେନା, ସପୁ ସିଂ, ଉତ୍ତମ ସିଂ, ସୁମିତା ସିଂ, ଅନୁରାଧା ପଳେଇ, ମାନ ସିଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.