ମାଟ୍ରିକ ରେଜଲ୍ଟ ପରେ +୨ ନାମଲେଖା

0

ମାଟ୍ରିକର ଅଫଲାଇନ୍ ପରୀକ୍ଷା ପରେ ଏବେ +୨ ଆଡମିଶନକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ +୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗତବର୍ଷ ଅଗଷ୍ଟ ୨୧ରେ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିବର୍ଷ ସପ୍ତାହେ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪ରୁ ୧୬ ଭିତରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମୀର କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ‘ମାଟ୍ରିକ ପରୀକ୍ଷା ରେଜଲ୍ଟ ୨୦ ସୁଦ୍ଧା ପ୍ରକାଶ ପାଇଁ ଚେଷ୍ଟା ଚାଲିଛି । ଅଫଲାଇନ୍ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ଯଥେଷ୍ଟ ସୁଯୋଗ ମିଳିବ । ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ପାଇଁ କଲେଜଗୁଡିକ ଆବେଦନ କରିଛନ୍ତି । ତେବେ ଏଥିରେ ବିଜ୍ଞାନ ପାଇଁ ଲାବୋରେଟୋରୀର ସମସ୍ୟା ହୋଇପାରେ । କଲେଜଗୁଡିକରେ ସିଟ୍ ସମସ୍ୟା ହେବନାହିଁ । କେତେ ସିଟ୍ ବଢ଼ିଲା, ତାହାର ତଥ୍ୟ ସାମସ୍ ୱେବସାଇଟରେ ଉପଲବ୍ଧ ହେବ ।

Leave A Reply

Your email address will not be published.