ଆଜିର ମୁଖ୍ୟ ଖବର

0

୧-ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ।

୨-କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ । ସଂସଦ କାର୍ଯ୍ୟ ବାତିଲ କରି ଜନ୍ତର ମନ୍ତରରେ ପହଁଚିଲେ କଂଗ୍ରେସ ସମେତ ୧୪ଟି ବିରୋଧୀ ଦଳର ନେତା । ଚାଷୀଙ୍କ ସହ ମିଶି କଲେ ପ୍ରଦର୍ଶନ ।

୩-ଲଦାଖ ସୀମାରେ ସୁଧୁରୁଛି ପରିସ୍ଥିତି । କମାଣ୍ଡର ସ୍ତରୀୟ ବୈଠକ ପରେ ଗୋଗ୍ରା ହାଇଟ୍ସରୁ ପଛକୁ ହଟିଲା ଭାରତ ଓ ଚୀନ ସେନା ।

୪-ବଢ଼ୁଛି କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତଙ୍କ ମୃତ୍ୟୁ ରହସ୍ୟ ।ସାମ୍ନାକୁ ଆସିଲା ପ୍ରେମିକାଙ୍କ ସହ ହ୍ୱାଟ୍ସଆପ୍ ଚାର୍ଟର ଖବର । ମୃତ୍ୟୁ ପଛରେ ରହିଛି କି ପ୍ରେମ ସମ୍ପର୍କ?

୫-କଟକଣା ଭିତରେ ମଲ୍ ଖୋଲିଲା, ଚାଲିଲା ସିନେମା ହଲ୍ । ହେଲେ ଆସୁନାହାଁନ୍ତି ଲୋକ । ମଲ୍ ପାଇଁ ଅଡୁଆ ହେଉଛି ଟିକାର ଦୁଇଟି ଡୋଜର ପ୍ରମାଣପତ୍ର । ନୂଆ ସିନେମା ନଥିବାରୁ ହଲ ଖାଲି ।

୬-ଭିଜିଲାନ୍ସ ଖୋଳୁଛି ନିଯୁକ୍ତି ଦୁର୍ନୀତିର ଗୁମର । ବିରଞ୍ଚିଙ୍କ ଘରୁ ମିଳିଥିବା ୧୧୪ଟି ଆଡମିଟ କାର୍ଡକୁ ନେଇ ତନାଘନା, ସ୍କାନରରେ ୭ ପ୍ରାର୍ଥୀ ।

୭-ଟୋକିଓରେ ମ୍ୟାଚ ହାରିଲେ ବି ହୃଦୟ ଜିତିଲେ ଭାରତୀୟ ମହିଳା ହକି ଦଳର ଖେଳାଳି । ଶେଷ ସମୟ ଯାଏଁ କଲେ ସଂଘର୍ଷ, ୪-୩ ଗୋଲରେ ଜିତିଲା ଗ୍ରେଟ ବ୍ରିଟେନ ।

୮-ଟୋକିଓ ଅଲମ୍ପିକ : ସେମି-ଫାଇନାଲରେ ହାରିଲେ ଭାରତର ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ।

୯– ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ଆୱାର୍ଡ଼ ନାମରେ ନାମିତ, ନାମ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କ ସୂଚନା ।

୧୦– ମହିଳା ହକି ଦଳ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେଲେ ନବୀନ, ବ୍ରିଟେନ୍‌ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଲେ ।
୧୧– କଟକରୁ ନକଲି କୋଭିଡ୍‌ ଔଷଧ ଜବତ ଘଟଣା: ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ବେଆଇନ ଅର୍ଥ କାରବାରର ତଦନ୍ତ କରିବ ଇଡି, ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂରେ ମାମଲା ରୁଜୁ କଲା ଇଡି ।

୧୨– ପତ୍ନୀଙ୍କୁ ଆଢ଼ୁଆଳରେ ରଖି ଇନ୍ସୁରାନ୍ସ ବ୍ୟବସାୟ କରୁଥିଲେ ଓଡିଶା ଷ୍ଟାଫ ସିଲେକସନ କମିଶନ କର୍ମଚାରୀ ବିରଂଚି, ୧୦ ବର୍ଷରେ କରାଇଛନ୍ତି ୯ ଶହ ଇନ୍ସୁରାନ୍ସ ପଲିସି ।

୧୩– ଅଗଷ୍ଟ ୧୬ରୁ ଖୋଲିବ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ।

୧୪-ପ୍ରକାଶ ପାଇଲା ଜେଇଇ ମେନ୍‌-୩ ଫଳ: ଅମନ ପଣ୍ଡା ଓଡ଼ିଶା ଟପର୍‌ ।

୧୫-ଭାରତରେ ଟିକାକରଣ ୫୦ କୋଟି ପାର : ଟ୍ବିଟ୍ କରି ମୋଦି କହିଲେ, ‘ସମସ୍ତଙ୍କୁ ଟିକା, ମାଗଣା ଟିକା’ ।

୧୬-‘ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ମିଳୁ’ : ରାଜ୍ୟସଭାରେ ଦାବି ଜଣାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର ।

୧୭-ଅକ୍ଟୋବରରୁ ବଜାରକୁ ଆସିବ କୋଭାଭାକ୍ସ । କରୋନା ସଂକ୍ରମଣ କ୍ଷେତ୍ରରେ ୯୦ ପ୍ରତିଶତ ପ୍ରଭାବି । ୨୦୨୨ ଆରମ୍ଭରୁ ଛୋଟ ପିଲାଙ୍କ ପାଇଁ ବି ହେବ ଉପଲବ୍ଧ ।

୧୮-ଆସାମ-ମିଜୋରାମ ମଧ୍ୟରେ ସୁଧୁରିବ ସୀମା ବିବାଦ । ସମାଧାନ ପାଇଁ ରାଜିହେଲେ ଦୁଇ ରାଜ୍ୟ ।

Leave A Reply

Your email address will not be published.