ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁରରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ସସ୍ପେଣ୍ଡ। ପ୍ରଧାନ ଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀଙ୍କୁ ସସ୍ପେଣ୍ଡ କଲେ ଜିଲ୍ଲାପାଳ। ସ୍କୁଲ୍ ତଦନ୍ତ କମିଟି ସୁପାରିସ୍ ଆଧାରରେ ସସ୍ପେଣ୍ଡ ସୂଚନା। ତେନ୍ତୁଳିଖୁଣ୍ଟିର ଏକ ସେବାଶ୍ରମରେ ଛାତ୍ରୀ ଅସଦାଚରଣ ଅଭିଯୋଗ।ପ୍ରଧାନଶିକ୍ଷକଙ୍କ ଅସଦାଚରଣ ନେଇ ନିଜେ ନାବାଳିକା ଟାଉନ ଥାନାର ଦ୍ୱାରସ୍ତ ହୋଇଛନ୍ତି । ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।
ନବରଙ୍ଗପୁର ଜି ଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର । ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହିତ ପରିବାର ସଦସ୍ୟ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି । ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ ପୀଡିତା ଛାତ୍ରୀଙ୍କୁ ହାତ ଧରି ଟାଣିଥିଲେ ।ରୁମ ଭିତରକୁ ଡାକି ନାବାଳିକାଙ୍କ ଦେହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବା ସହିତ ଟଣା ଓଟରା କରିଥିଲେ । ଏ ନେଇ ପିଡ଼ିତା ଓ ତାଙ୍କ ପରିବାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି । କେବଳ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଜିଲ୍ଲା ମଙ୍ଗଳ ବିଭାଗ ଚୁପ ରହିଗଲା ବୋଲି ଅଭିଯୋଗ ହୋଇଥିଲା ।