ରାଜଧାନୀର ପ୍ରାଇମ ଲୋକେସନରେ ଅସାମାଜିକଙ୍କ ଆତଙ୍କରାଜ୍, ଲେଡିଜ୍ ହଷ୍ଟେଲରେ ପଶି ଚଲାଇଲେ ଭଙ୍ଗାରୁଜା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ହାଇ ପ୍ରୋଫାଇଲ୍ ନୟାପଲ୍ଲୀ ଅଞ୍ଚଳର ଲେଡିଜ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ଅନ୍ତେବାସୀଙ୍କୁ ନିସ୍ତୁକ ମାରିଲେ ଓ ହଷ୍ଟେଲ ଭଙ୍ଗାରୁଜା କଲେ। ଗୋଟିଏ ପଟେ ସେଫ୍ ସିଟି ଡ୍ରାଇଭ୍ କରୁଚି କମିଶନରେଟ୍ ପୋଲିସ, ଅନ୍ୟ ପଟେ ଦୁର୍ବୃତ୍ତ ଙ୍କ ଆତଙ୍କରାଜ। ଭୟରେ ହଷ୍ଟେଲ ଅନ୍ତେବାସିନୀମାନେ ଅସୁରକ୍ଷିତ ମଣୁଛନ୍ତି।

ରାଜଧାନୀରେ ସୀମା ଟପିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ନୟାପଲ୍ଲୀ ବେହେରା ସାହିର ଉଗ୍ରତାରା ଲେଡ଼ିଜ୍ ହଷ୍ଟେଲର ମାଲିକାଣୀ ଲୀଳା ସ୍ୱାଇଁ ହଷ୍ଟେଲ ବାହାରେ ତାଙ୍କ ସ୍କୁଟି ଉପରେ ବସିଥିଲେ। କିଛି ଯୁବକ ତାଙ୍କୁ କମେଣ୍ଟ ମାରିଥିଲେ। ଲୀଳା ପ୍ରତିବାଦ କରିବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଥିଲେ। ତାଙ୍କ ସ୍କୁଟି ଭାଙ୍ଗି ମାଡ଼ ମାରିଥିଲେ। ଏଥିରେ ଲିଲାଙ୍କ ପୁରୁଷ ବନ୍ଧୁ ଙ୍କୁ ମଧ୍ୟ ୧୦ ରୁ  ୧୨ ଯୁବକ ଏକ ଘଣ୍ଟା ଧରି ଉତ୍ପାତ କଲେ। ଏପରିକି ହଷ୍ଟେଲ ଭିତରକୁ ଯାଇ ଭଙ୍ଗା ରୁଯା କରିଥିଲେ ବୋଲି ଲୀଳା ସ୍ୱାଇଁ ଅଭିଯୋଗ କରିଛନ୍ତି।

ଏହି ସମୟରେ ପୋଲିସକୁ ଯୋଗାଯୋଗ କରିଥିଲେ ହେଁ ବିଳମ୍ବରେ ପହଞ୍ଚି ଥିବା ଅଭିଯୋଗ ହୋଇଛି। ପୋଲିସ ସହରର ବିଭିନ୍ନ ଅଞ୍ଚଳରେ ସେଫ୍ ସିଟି ଡ୍ରାଇଭ୍ କରିଛନ୍ତି। ନିଶାଖୋରଙ୍କୁ ଧରିବା ଓ ଖଟି ଉପରେ ଚଢ଼ାଉ କରୁଥିବା କହିଛନ୍ତି। ହେଲେ ନୟାପଲ୍ଲୀ ଥାନାରୁ ୧୦୦ ମିଟର ଦୂରରେ ଥିବା ଉଗ୍ରତରା ଲେଡିସ ହଷ୍ଟେଲରେ ପ୍ରାୟ ଏକ ଘଣ୍ଟା ଧରି ଗୁଣ୍ଡା ରାଜ ଚଳାଇଥିଲେ ବି ପୁଲିସ କିଛି ଜାଣିପାରିଲେ ନାହିଁ।
ନୟାପଲ୍ଲୀ ଥାନାରେ ହଷ୍ଟେଲର ଅନ୍ତେବାସିନୀ ଆସି ପୁଲିସକୁ ନେହୁରା ହୋଇଥିଲେ। ଜୀବନ ପ୍ରତି ଭୟ ଥିବା ମଧ୍ୟ କହିଛନ୍ତି।

Leave A Reply

Your email address will not be published.