ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ ମହୋତ୍ସବ ସାରା ଭାରତରେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳିତ ହେଉଥିବା ବେଳେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଆନୁକୁଲ୍ୟରେ କରଞ୍ଜିଆ ବନଖଣ୍ଡ ଅଧୀନ ବିଭିନ୍ନ ବାନଞ୍ଚଳରେ ୭୫ ତମ ବନ ମହୋତ୍ସବ ଭାବେ ପାଳନ କରାଯାଇଛି। ଏହି ଅବସରରେ ଆଜି କରଞ୍ଜିଆ ବନଖଣ୍ଡ ପକ୍ଷରୁ ବନ ମହୋତ୍ସବର ଷଷ୍ଠ ଦିନରେ ଵୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆଜି ଦିବା ୧୧ ଘଟିକା ସମୟରେ ସ୍ଥାନୀୟ କରଞ୍ଜିଆ କଲେଜ ନିକଟସ୍ଥ ନଗର ବାଟିକା ଠାରେ ସ୍ଥାନୀୟ ବିଧାୟକ ପଦ୍ମଚରଣ ହାଇବୁରୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥିରୂପେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠି, କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର, ବିଡ଼ିଓ ସୁଶାନ୍ତ କୁମାର ସୁତାର ଯୋଗ ଦେଇ ପ୍ରଥମେ ଅତିଥି ଗଣ ଉପସ୍ଥିତ ଥିବା ଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଗଛ ଲଗେଇବା ଦ୍ୱାରା କଣ ଉପକାର ହୋଇଥାଏ ଓ଼ ଗଛର ସୁରକ୍ଷା ନେଇ ନିଜ ଅଭିଭାଷଣ ରଖିଥିଲେ ଏବଂ ସମସ୍ତଙ୍କୁ ଗଛ ଲଗେଇବାକୁ ଅନୁରୋଧ କାରିଥିଲେ |ବନ ମହୋତ୍ସବ ସପ୍ତାହରେ କରଞ୍ଜିଆ ସହରର ଅନେକ ଲୋକେ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହ ଦେଖାଉଥିବା ବେଳେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ୫୦ ରୁ ଉର୍ଦ୍ଧ୍ବ ବଟ ଓ ଅଶ୍ୱତ୍ଥ ଚାରା ରୋପଣ କରି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।
ଅନ୍ୟପକ୍ଷରେ ଏହି ବନ ମହୋତ୍ସବରେ କରଞ୍ଜିଆ ପଞ୍ଚାପୀଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କୁ ବୃକ୍ଷର ଆବଶ୍ୟକତା ଵିଶେଷକରି ବିଜୁଳି ଘଡଘଡି ସମୟରେ ତାଳ ଗଛର ଭୂମିକା ବିଷୟରେ ସଚେତନତା କରାଯାଇଥିଲା। ପରେ ବିଧାୟକ ଗଛ ଚାରା ନିକଟକୁ ଯାଇ ପୂଜାର୍ଚନା କରିବା ପରେ ସମସ୍ତ ଅତିଥି ଗଣ ଗଛ ଲଗେଇବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଆଜିର କାର୍ଯ୍ୟକ୍ରମରେ କରଞ୍ଜିଆ ସାମ୍ବାଦିକ, ପଞ୍ଚାପୀଡ଼ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ର ଛାତ୍ରୀ ଏବଂ ଏସିଏଫ୍ ମଦନମୋହନ ମହାନ୍ତ,ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ, ଙ୍କ ସମେତ ବନଖଣ୍ଡ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ