ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଧା ବାଟରେ ଅଟକିଲେ ତିନି ଠାକୁର |ରାଇରଙ୍ଗପୁର ସହରରେ ପ୍ରଥମ ଦିନ ଘୋଷଯାତ୍ରାରେ ହଜାର ହଜାର ଭକ୍ତଙ୍କ ଗହଳରେ ଅନୁଷ୍ଠିତ ହୋଇଯାଇଛି | ଭାଇଭଉଣୀ ସହ ମହାବାହୁ ଓ ଶ୍ରି ସୁଦର୍ଶନ ଜନ୍ମବେଦିର ଅଧାବାଟରେ ଅଟକି ରହିଛନ୍ତି |
ସକାଳେ ଶ୍ରି ଠାକୁରଙ୍କ ଦୈନଦିନ ନିତିକ୍ରାନ୍ତି ମଙ୍ଗଳଆରତି, ଦ୍ବାରପାଳ ପୁଜା, ସୂର୍ଯ୍ଯପୂଜା ଏବଂ ମଙ୍ଗଳାରୋପଣ ପରେ ସେବାୟତମାନଙ୍କ ସାହଚର୍ଯ୍ଯରେ ଚତୁଦ୍ଧାମୁର୍ତ୍ତିଙ୍କ ଧାଡିପହଣ୍ଡି ବିଜେ କରାଯାଇ ରଥରେ ବିରାଜମାନ କରାଯାଇଥିଲା | ସନ୍ଧ୍ଯାବେଳା ଛେରାପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା | ରଥଟଣା ସମୟରେ ଭାଷ୍ଯକାରଗଣ ଧାରା ବିବରଣି ଦେଇଥିଲେ | ସ୍ଥାନେ ସ୍ଥାନେ ସ୍ବେଛାସେବି ଦଳ ସରବତ ଓ ଅନ୍ନପ୍ରସାଦ ଭକ୍ତମାନଙ୍କୁ ପ୍ରଦାନ କରିଥିଲେ | ସ୍ଥାନିୟ ପୋଲିସ ଓ ଫାୟାର ବିଭାଗ ଶାନ୍ତି ରକ୍ଷା କରିଥିଲେ |
ରଥ ଅଧାବାଟରେ ଅଟକିଥିଲା | ଏହି ଭବ୍ଯ କାର୍ଯ୍ଯକ୍ରମରେ ମୁଖ୍ଯପୁଜକ ଦେବବ୍ରତ ରଥ ମହାପାତ୍ର, ଡାହୁକ, ସେବାୟତ, ରଥକମିଟି ଚେୟାରମ୍ଯାନ ତଥା ରାଇରଙ୍ଗପୁର ନଗରପାଳ ଅଭିଶେକ ପଟ୍ଟନାୟକ, ଉପଜିଲ୍ଲାପାଳ ସରୋଜ କୁମାର ଦାସ,ପୁର୍ବତନ ବିଧାୟକ ରାଜକିଶୋର ଦାସ, ତହସିଲଦାର ବିଶ୍ବନାଥ ବିଶ୍ବାଳ, ଟାଉନ ଥାନାଅଧିକାରି ସୁଚନ୍ଦ୍ର ମହାଳିକ, ଉପଖଣ୍ଡ ଥାନା ଅଧିକାରି ଗୋକୁଳାନନ୍ଦ ସାହୁ, ଏସଡିଏମଓ ରବିନ୍ଦ୍ର ନାଥ ମାର୍ଣ୍ଡି ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇଥିଲେ |