ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ |:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମଦିନ । ଏହି ଅବସରରେ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କଠୁ ଶୁଭେଚ୍ଛା ବାର୍ତ୍ତା ପାଇବା ପରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ବି ମୋଦିଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ ନିଜ ଜନ୍ମଦିନ ଶୁଭେଚ୍ଛା ପାଇ ଧନ୍ୟବାଦ ଜଣାଇଛନ୍ତି । ଉଭୟ ରାଜନେତାଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଏହି ଆଲୋଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଟୁଇଟରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା। ମୁଁ ପ୍ରାର୍ଥନା କରୁଛି ଯେ ସେ ଲୋକଙ୍କ ସେବାରେ ଦୀର୍ଘ ଓ ସୁସ୍ଥ ଜୀବନ ପ୍ରାପ୍ତ କରନ୍ତୁ। ” ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଟ୍ୱିଟ୍ କରି କହିଛନ୍ତି, “ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଙ୍କୁ ଆପଣଙ୍କ ଜନ୍ମଦିନରେ ଶୁଭେଚ୍ଛା। ମା କାମାଖିଆ ଏବଂ ମହାପୁରୁଷ ଶ୍ରୀମନ୍ତ ସଙ୍କାର୍ଦେବ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଦେଇ ଆଶୀର୍ବାଦ କରନ୍ତୁ। ” କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଆରେ ଟୁଇଟ୍ କରି କହିଛନ୍ତି, “ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମର ଦୀର୍ଘ ଏବଂ ସମୃଦ୍ଧ ଜୀବନ ପାଇଁ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ କାମନା କରୁଛି। ”

୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସିଏମ୍‌‌ଓ ସୂଚନା ଦେଇଥିଲା ।

 

Leave A Reply

Your email address will not be published.