ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୨ ନୂଆ ମନ୍ତ୍ରୀ ସାମିଲ ହେବା ନିଶ୍ଚିନ୍ତ

0

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସମ୍ପସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ ହେବା ସ୍ପଷ୍ଟ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଭେଟିଛନ୍ତି ଅଶ୍ୱିନ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ । ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଫିସର ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ।

ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଫୋନ୍ ଆସିଥିଲା, ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲି । ପ୍ରଧାନମନ୍ତ୍ରୀ ବାସଭବନକୁ ମୁଁ ଓ ବୈଷ୍ଣବ ଯାଇଥିଲୁ । ସନ୍ଧ୍ୟା ୫ଟା ବେଳେ ରାଷ୍ଟ୍ରପତି ଭବନକୁ ଆସବିାକୁ କୁହାଯାଇଛି । ଶପଥ ସମାରୋହରେ ଯୋଗଦେବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ନିର୍ବାହ କରିବି ବୋଲି ବିଶ୍ୱେଶ୍ୱର କହିଛନ୍ତି ।

ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ବିଭିନ୍ନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ।

Leave A Reply

Your email address will not be published.