କଟକରରେ ଚାଞ୍ଚଲ୍ୟ: ୨ ବର୍ଷର ପୁଅକୁ ମାରି ଜୀବନ ହାରିଲା ମାଆ, ଫେସବୁକରେ ଲେଖିଲେ I QUIT

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକରରେ ଚାଞ୍ଚଲ୍ୟ । ଛୁଆକୁ ମାରି ମାଆର ଆତ୍ମହତ୍ୟା। କଟକ ଶ୍ରୀରାମନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ୨ ବର୍ଷର ପୁଅକୁ ମାରି ଜୀବନ ହାରିଲା ମାଆ । ଗୋଟିଏ ରୁମ୍‌ରୁ ମାଆ ଓ ଛୁଆର ମୃତଦେହ ଉଦ୍ଧାର ହୋଇଛି । କୁନି ପୁଅର ମୃତଦେହ ତଳେ ପଡିଥିବା ବେଳେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମାଆ ମୃତଦେହ । ମୃତକ ହେଲେ ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ । ସୁଇସାଇଡ୍‌ ପୂର୍ବରୁ ଫେସବୁକରେ ପୋଷ୍ଟ କରିଥିଲେ । ଲେଖିଥିଲେ I QUIT ।

ଶିଳ୍ପୀଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହିଁକି ସେ ଜୀବନ ହାରିଲେ ? କୁନି ପୁଅକୁ ହତ୍ୟା କରି ନିଜକୁ କାହିଁକି ଶେଷ କରିବାକୁ ଚରମ ନିଷ୍ପତ୍ତି ନେଲେ ? ସୁଇସାଇଡ୍‌ ପଛରେ ପାରିବାରିକ କଳହ ନା ଦାମ୍ପତ୍ୟ ଜୀବନରେ ଝଡ଼ ଥିଲା ? ନା ଆତ୍ମହତ୍ୟା ପଛରେ ଆଉ କିଛି ରହସ୍ୟ ରହିଛି । ପୋଲିସ ଶିଳ୍ପୀଙ୍କ ସ୍ୱାମୀ, ପରିବାର ଲୋକଙ୍କୁ ପଚରାଉଚରା କରୁଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି କଟକ ମଧୁପାଟଣା ଥାନା ପୋଲିସ । ସାଇଣ୍ଟିଫିକ୍‌ ଟିମ୍‌ ବି ତନାଘନା ତଦନ୍ତ କରୁଛି । ମୃତ ଶିଳ୍ପୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ସ୍ୱାମୀ । ମୃତ ଶିଶୁ ପ୍ରଥମ ସ୍ତ୍ରୀଙ୍କର ବୋଲି ସୂଚନା ମିଳିଛି । ଉଭୟ ସ୍ୱାମୀ-ସ୍ତ୍ରୀ ଇଞ୍ଜିନିୟର ଥିଲେ । .

Leave A Reply

Your email address will not be published.