ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା, ୭ ଜିଲ୍ଲା ପ୍ରଭାବିତ ହୋଇପାରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଠୁ ରାଜ୍ୟ ରେ ବର୍ଷା ।୨ଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ବିଶେଷକରି ମୟୁରଭଞ୍ଜ, ବାଲେଶ୍ବର, କେଉଁଝର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା , ଜଗତସିଂପୁର ରେ ବର୍ଷା ଆଶଙ୍କା।ଏଥିସହ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ଵାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିଛି।ଯାହାର ପ୍ରଭାବରେ କମିଛି ଶୀତ।

ଆଗାମୀ ୨୪ ଘଣ୍ଟାରେ ପାଗ ରେ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ଓ ପାଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ଘନ କୁହୁଡି ସହ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି । ଘନ କୁହୁଡି ପାଇଁ ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ଗଂଜାମ, ଖୋର୍ଦ୍ଧା, ପୁରୀ ଅନୁଗୁଳ,ଢେ଼ଙ୍କାନାଳ, ଜଗତସିଂହପୁର,କଟକ ୟଲୋ ୱର୍ଣିଂ ଜାରି କରାଯାଇଛି।ଏସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ଭିଜିବିଲିଟି।

Leave A Reply

Your email address will not be published.