ପୁରୁଷ ହକି ବିଶ୍ବକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରାକ୍ ସୁରକ୍ଷା ପ୍ରସ୍ତୁତି, ଆତଙ୍କୀଙ୍କ ମୁକାବିଲା ପାଇଁ ମିଳିତ ମକ୍‌ ଡ୍ରିଲ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆତଙ୍କୀଙ୍କ ମୁକାବିଲା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏକ ମିଳିତ ମକ୍‌ ଡ୍ରିଲ୍‌ ହୋଇଛି । (NSG SOG and CTS conduct joint mock drill) 2023ରେ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ହେବ । ଟୁର୍ଣ୍ଣାମେଣ୍ଟ ସମୟରେ ସୁରକ୍ଷା ରଣନୀତି ପ୍ରସ୍ତୁତ କରୁଛନ୍ତି NSG ଓ SOG ସହ CTS ଟ୍ରୁପ୍‌ । ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଟ୍ରୁପ୍‌ଙ୍କ ମିଳିତ ମକ୍‌ ଡ୍ରିଲ୍‌ କରାଯାଇଥିଲା । କମିଶନରେଟ ପୋଲିସ, SOG(Special Operation Group) , CTS(Counter Terrorist Squad), NSG(National Security Guard)କୁ ନେଇ ହୋଇଛି ମିଳିତ ମକ ଡ୍ରିଲ । ଆତଙ୍କୀ ଆକ୍ରମଣକୁ କିଭଳି ଚେକ୍‌ମେଟ୍‌ ଦିଆଯିବ ତାହାର ଅଭ୍ୟାସ କରାଯାଇଥିଲା । Local Intelligence ଓ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ଯବାନଙ୍କୁ ନେଇ ମୁକାବିଲା କରି ଦର୍ଶକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିବେ ସେନେଇ ହୋଇଛି ମକ୍‌ଡ୍ରିଲ୍‌ ।

Leave A Reply

Your email address will not be published.