ବିଜେପି ଦଳର ଲୋକସଭା ପ୍ରାର୍ଥୀ ତାଲିକାରେ ମୟୂରଭଞ୍ଜ ଜିଲ୍ଲାରୁ ନବଚରଣ ମାଝୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଦଳର ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାରୁ ନବଚରଣ ମାଝୀ ଙ୍କ ନାମ ରହିଛି । ରବିବାର ରାତ୍ରରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଚାରିଆଡେ ଉଲ୍ଲାସର ମାହୋଲ ଦେଖିବାକୁ ମିଳିଛି । ରାଇରଙ୍ଗପୁର କଲେଜ ରୁ ଛାତ୍ର ନେତା ଭାବରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ଏହାପରେ AJSU(ଅଖିଳ ଭାରତୀୟ ଝାରଖଣ୍ଡ ଷ୍ଟୁଡେଣ୍ଟ ୟୂନିଅନ) ଆନ୍ଦୋଳନ ରେ ସାମିଲ ହୋଇଥିଲେ ନବଚରଣ । ଝାରଖଣ୍ଡ ରାଜ୍ୟ ଗଠନ ପରେ ସେ ବିଜେପି ଦଳରେ ନିଜକୁ ସାମିଲ କରିଥିଲେ ଏବଂ ତତ୍କାଳୀନ ରାଇରଙ୍ଗପୁର ବିଧାୟକ ତଥା ବର୍ତ୍ତମାନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଅତି ନିକଟତର ରହି ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିଥିଲେ। ନିଜ ସାହି ଅର୍ଥାତ ରାଇରଙ୍ଗପୁର ସହରର ଓ୍ବାର୍ଡ ନମ୍ବର -୧, ବଡମହୁଲଡିହା ରୁ ରାଇରଙ୍ଗପୁର NAC ପାଇଁ ୨ ଥର ବିଜେପି ଦଳରୁ କାଉନସିଲର ଭାବେ ନିର୍ବାଚିତ ହେବା ସହ ଗୋଟିଏ ଟାର୍ମ ରେ ରାଇରଙ୍ଗପୁର ପୌରାଞ୍ଚଳ ର ଚେୟାରମ୍ୟାନ ମଧ୍ୟ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ନବଚରଣ ମାଝୀ ରାଇରଙ୍ଗପୁର ବିଧାୟକ ଭାବେ ବିଜୟୀ ହୋଇଥିଲେ ।

୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିବା ନବଚରଣ ମାଝୀ ଇତିହାସ ରେ ସ୍ନାତକ କରିଥିବା ବେଳେ ଜଣେ ଉଚ୍ଚକୋଟୀର ରାଜନିତିଜ୍ଞ ଭାବରେ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଫଳରେ ଦେଶ ତଥା ମୟୂରଭଞ୍ଜ ଜିଲ୍ଲାରେ ମୋଦି ଲହର ରହିଛି । ତେଣୁ ନବଚରଣ ଙ୍କ ସ୍ବଚ୍ଛ ଭାବମୁର୍ତ୍ତୀ ମୟୂରଭଞ୍ଜ ଜନସାଧାରଣ ଗ୍ରହଣ କରିବେ ବୋଲି ବିଜେପି କାର୍ଯ୍ୟ କର୍ତ୍ତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.