ରାଜନିତିକୁ ଓହ୍ଲାଇଲା ଭଞ୍ଜସେନା, ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ଭାବରେ “ବାଜୁନ ହାଁସଦା”

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜନିତିକୁ ଓହ୍ଲାଇଲା ଭଞ୍ଜସେନା, ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ଭାବରେ “ବାଜୁନ ହାଁସଦା” ଙ୍କ ନାମ ଘୋଷଣା । ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ମୟୂରଭଞ୍ଜ ବାସୀଙ୍କ ସ୍ବାର୍ଥ ପାଇଁ ସବୁବେଳେ ଲଢେଇ କରି ଆସୁଥିଲା ।

ହେଲେ ଏଠାରୁ ବିଜୟୀ ଜନପ୍ରତିନିଧିମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଲୋକଙ୍କ ସମାସ୍ୟା ଦୁର କରିବାରେ ବିଫଳ ହୋଇଛନ୍ତି । ଏଣୁ ଆଗାମୀ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ର ସ୍ବାର୍ଥ ପାଇଁ ଏବଂ ମୟୂରଭଞ୍ଜ ର ବିକାଶ ପାଇଁ ଭଞ୍ଜସେନା ସିଧାସଳଖ ଅଂଶ ଗ୍ରହଣ କରିବା ସହ ଲୋକସଭା ଏବଂ କିଛି ବିଧାନସଭା ରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି କରିଛି । ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ହୋଇ ଥିବା ସାମ୍ୱାଦିକ ସମ୍ମିଳନୀରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଲୋକସଭା ପ୍ରାର୍ଥୀ ଭାବେ “ବାଜୁନ ହାଁସଦା” ଙ୍କ ନାମ ଘୋଷଣା କରିଛନ୍ତି ।

ଭଞ୍ଜସେନା ଦଳର ଆଦିବାସୀ ଶାଖା ସଭାପତି ଭାବେ ବାଜୁନ ହାଁସଦା ଦୀର୍ଘଦିନ ଧରି ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ପାଇଁ ଆନ୍ଦୋଳନର ମଙ୍ଗ ଧରିଥିବା ବେଳେ ସାଧାରଣ ଲୋକଙ୍କ ବେଶ ନିକଟତର ହୋଇପାରିଛନ୍ତି । ତେଣୁ ଲୋକମାନେ ତାଙ୍କୁ ପ୍ରାର୍ଥୀ ଭାବରେ ନିଶ୍ଚିତ ଗ୍ରହଣ କରିବେ ବୋଲି ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.