ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାର ଅଗ୍ରଣୀ ସାରସ୍ୱତ ସଂଗଠନ ମୟୂରଭଂଜ ସାହିତ୍ୟ ପରିଷଦର ୩୯ତମ ବାର୍ଷିକୋତ୍ସବ ମହାଡମ୍ବରରେ ଶ୍ରୀମା ମହିଳା ମହାବିଦ୍ଯାଳୟ ପରିସରରେ ଆଜି ଆୟୋଜିତ ହୋଇଯାଇଛି ।ପୂର୍ବାହ୍ଣରେ ପରିଷଦର ପତାକା ଉତ୍ତୋଳନ ପରେ ଉଦଘାଟନ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା । ପରିଷଦର ସଭାପତି ପଦ୍ମନାଭ ସାହୁଂକ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥ ଭାବରେ ବରିଷ୍ଠ ପତ୍ରକାର ଡ. ବିଜୟ କୁମାର ଅଗ୍ରଓ୍ୱାଲା ଯୋଗଦେଇ ମୟୂରଭଂଜ ଜିଲ୍ଲାର ଭାଷା ଓ ସାହିତ୍ଯର ବିକାଶରେପରିଷଦର ଭୂମିକାକୁ ପ୍ରଶଂସା କରିଥିଲେ । ତତସହିତ ବିଛିନ୍ନାଂଚଳ ସବୁରେ ମୟୂରଭଂଜ ସାହିତ୍ଯ ପରିଷଦର ଶାଖା ଖୋଲାଯିବା ଉଚିତ ବୋଲି ମତପ୍ରକାଶ କରିଥିଲେ ।
ବିଶିଷ୍ଟ ଅନୁସର୍ଜକ ପ୍ରଫେସର ପ୍ରଣବ ରଂଜନ ଭୂୟାଁ କାର୍ଯ୍ଯକ୍ରମରେ ମୁଖ୍ଯବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀମା ମହିଳା ମହାବିଦ୍ଯାଳୟର ଅଧ୍ଯକ୍ଷ ପ୍ରଫେସର ନଟବର ଗିରି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ପରିଷଦର କୋଷାଧ୍ଯକ୍ଷ ଅଧ୍ଯାପକ ସମରେନ୍ଦ୍ର ବଶା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଇଂ ମନୋଜ ଦଳବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ସୁଶ୍ରୀ ଭାରତୀ ବେବର୍ତ୍ତା ସ୍ବାଗତ ସଂଗୀତ ଗାନ କରିଥିବା ବେଳେ କୈବଲ୍ଯ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ଏବଂ ଡ. ସଂଜୀବ ପାଣିଗ୍ରାହୀ ଆବାହନୀ ମନ୍ତ୍ର ପାଠ କରିଥିଲେ । ଏହି ଅବସରରେ ବାରିପଦାର ସୁଶ୍ରୀ ବୀଣାପାଣି ପଣ୍ଡା ଏବଂ କପ୍ତିପଦାର ବସନ୍ତ କୁମାର ରାଉଳଂକୁ ମୟୂରଭଂଜ ସାହିତ୍ଯ ସମ୍ମାନ ପ୍ରଦାନ କରାଯାଇଥିଲା । ଡ. ଭାଗବତ ଲେଂକାଂକୁ ସରୋଜିନୀ-ପ୍ରଫୁଲ୍ଲ ଓତା ସ୍ମୃତିସମ୍ମାନ ଏବଂ ନୀରୋଦ ସୁନ୍ଦର ଜେନାଂକୁ ଲକ୍ଷ୍ମୀକୁମାରୀ ଦାସ ଯୁବସାହିତ୍ଯ ସମ୍ମାନ ପ୍ରଦାନ କରାଯାଇଥିଲା । ପୁନଶ୍ଚ ଏହି ଅବସରରେ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସାଇ ଜ୍ଯୋତି ମହାନ୍ତିଂକୁ ପୁରସ୍କୃତ କରାଯାଇଥିଲା । ଅବସରରେ ପରିଷଦର ମୁଖପତ୍ର ମୟୂରାକ୍ଷି ଲୋକାର୍ପିତ ହୋଇଥିଲା । ମୟୂରାକ୍ଷି ସଂପାଦନା ମଣ୍ଡଳିର ଅନ୍ଯତମ ସଦସ୍ଯ ଅଜିତ ପାଣିଗ୍ରାହୀ ବକ୍ତବ୍ଯ ରଖିଥିଲେ ।
ଅନ୍ଯମାନଂକ ମଧ୍ଯରେ ବୃନ୍ଦାବନା ଦାଶ, ଡା. କୁମୁଦ ରଂଜନ ରାଉତ, ଅଜିତ କୁମାର କବାଟ, ମେଜର ରବୀନ୍ଦ୍ର କୁମାର ପରିଡା, ଭରତ ଚନ୍ଦ୍ର ଦାଶ ବକ୍ତବ୍ଯ ରଖିଥିଲେ । ଅପରାହ୍ଣରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ବ୍ଯଂଗ କବିତା ପାଠ ଆୟୋଜିତ ହୋଇଥିଲା ।ପରିଷଦର ଉପସଭାପତି ଜୟନ୍ତ କୁମାରୀ ଦ୍ୱାରୀଂକ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ପ୍ରାଧ୍ଯାପିକା ଉଷା ଶତପଥୀ ମୁଖ୍ଯଅତିଥି ଭାବରେ ଯୋଗଦେଇଥିବା ବେଳେ ବିଶିଷ୍ଟ କବି ଡ. ରାଜେନ୍ଦ୍ର କୁମାର ସାମଲ ମୁଖ୍ଯବକ୍ତା ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ କବି ଶିଉଲାଲ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ବାସନ୍ତୀଲତା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ । କବୟିତ୍ରୀ ପାର୍ବତୀ ବାରିକ ତଥା ଡ. ଶଶିଧର ବିଶ୍ବାଳଂକ ସଂଯୋଜନାରେ ଆୟୋଜିତ କବିତାପାଠରେ ଶତାଧିକ କବି ସ୍ୱରଚିତ କବିତାପାଠ କରିଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ କାବେରୀ ମିଶ୍ର, ବନମାଳୀ ପାତ୍ର, ମିତାରାଣୀ ସାହୁ, ସୁମିତା ବେହେରା, ଅଜୟ ପାଳ, ନରସିଂହ ବାରିକ, ଭାସ୍ୱତୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।