ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ପରାମର୍ଶ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି l ସୋନିଆ ଗାନ୍ଧୀ ଏକ ଚିଠି ମାଧ୍ୟମରେ 5 ଟି ପରାମର୍ଶ ଦେଇଛନ୍ତି l

20,000 କୋଟିର କେନ୍ଦ୍ରୀୟ ରାସ୍ତା ସୌନ୍ଦର୍ଯ୍ୟକରଣ ଯୋଜନା ଏବଂ ବିଭିନ୍ନ ନିର୍ମାଣ ପ୍ରକଳ୍ପ ବନ୍ଦ କରାଯାଇ ହସ୍ପିଟାଲ ନିର୍ମାଣ ପାଇଁ ଖର୍ଚ୍ଚ କରାଯାଉ l
ସାଂସଦଙ୍କର 30% ଦରମା କାଟ କରାଯିବା ସହ ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଅସହାୟଙ୍କ ପାଇଁ ଖର୍ଚ୍ଚ କରାଯାଉ l ସରକାର ଦୁଇ ବର୍ଷ ପାଇଁ ସମସ୍ତ ଗଣମାଧ୍ୟମ କୁ ବିଜ୍ଞାପନ ଦେବା ବନ୍ଦ କରନ୍ତୁ l

ପିଏମ କେୟାର୍ସ ଫଣ୍ଡକୁ ଆସୁଥିବା ପାଣ୍ଠିକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି କୁ ପଠାଇ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯାଉ l ସେହିପରି ଗତ 5ବର୍ଷରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ୍ ଟ୍ରିପ୍ ପାଇଁ 393 କୋଟି ଟଙ୍କା ଖର୍ଚ୍ଚ ହୋଇଛି l ବିଦେଶ ଗସ୍ତ ବାବଦ ଅର୍ଥ କୁ କରୋନା ମୁକାବିଲା ଦିଗରେ ବ୍ୟବହାର କରି ହେବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି l

Leave A Reply

Your email address will not be published.