ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ ରାଇରଙ୍ଗପୁର ଶାଖା ତରଫରୁ ସ୍ଥାନୀୟ ଲିଟିଲ ଫ୍ଲାୱାର ସ୍କୁଲର ସଭାଗୃହରେ ଜାତୀୟ ଆଲୋଚନା ଚକ୍ର ବିଷୟ “ଓଡିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀ ଜଗନ୍ନାଥ ” ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟଅତିଥି ଭାବେ ବାମନଘାଟୀ ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟି ମୁଖ୍ୟ ରାଧେଶ୍ୟାମ ପାତ୍ର ଓ ସାହିତ୍ୟିକ ଅସିତ ମହାନ୍ତି ପ୍ରମୁଖ ଯୋଗ ଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସାହିତ୍ୟର ଭୂମିକା ଉପରେ ପ୍ରାଂଜଳଭାବେ ବର୍ଣ୍ଣନା କରିଥିଲେ |
ସଭାପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ରଂଜନ କୁମାର ନନ୍ଦ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ | ଏଥିରେ ସେମିନାର ମୁଖ୍ୟ ଡକ୍ଟର ଦିଗମ୍ବର ଗିରିଙ୍କ ମାର୍ଗଦର୍ଶନରେ ଚଉଦ ଜଣ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ସଦର୍ଭ ପାଠ କରିଥିଲେ | ଏହି ଅବସରରେ ଡକ୍ଟର ଜ୍ୟୋତିମୟୀ ତ୍ରିପାଠୀଙ୍କ ପୁସ୍ତକ “ସମ୍ପର୍କର ସେତୁ” ଉନ୍ମୋଚିତ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ସାହିତ୍ୟ ଓ ସଂସ୍କୃତି ପ୍ରେମୀ ମଦନମୋହନ ମହାନ୍ତଙ୍କୁ ସେବା ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା |
ଏହି ଟ୍ରଷ୍ଟର ସଦସ୍ୟ ଭାବେ କାଳୀପ୍ରସନ୍ନ ମହାନ୍ତି, କୌଶିକ କାଶ୍ୟପ ମହାନ୍ତି, ଗୋପାଳ ମହାନ୍ତି, ପୁଷ୍ପଲତା ମହାନ୍ତି, ଅଧ୍ୟାପକ ବିଜୟ କୁମାର ରାମ ଓ ରାମେଶ୍ବରୀ ପଟ୍ଟନାୟକ ଉପସ୍ଥିତ ସହିତ ଶ୍ରୀଜଗନ୍ନାଥ ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଡକ୍ଟର ଭାଗବତ ଲେଙ୍କା, ଜଗନ୍ନାଥ ବଳ, ଡକ୍ଟର ତନ୍ମୟୀ ରଥ, ପ୍ରଶାନ୍ତ କୁମାର ସାହୁ, ମିତ୍ରଭାନୁ ତନ୍ତୀ, ପ୍ରମିଳା ସ୍ବାଇଁ, ଦିଲ୍ଲୀପ କୁମାର ମହାନ୍ତି, ଲଳିତ ମହାନ୍ତ, ସୁଧାଂଶୁ ବାଳା ପଟ୍ଟନାୟକ, ଜୟଶ୍ରୀ ଦାସ, ଉଷସୀ ବେହେରା, ସୁଭଦ୍ରା ବିନ୍ଧାଣୀ, ଅନିତା ନାୟକ, ରବୀନ୍ଦ୍ର ପଟ୍ଟନାୟକ, ତୋପାଇ ବେହେରା, ଆଦିତ୍ୟ କୁମାର ଗୁପ୍ତା, ପିୟୁସ ବଳ, ପ୍ରିତି ରାଜ, ଖୁଷୁବୁ ପାଲ, ହର୍ଷିତା ପାଲ, ସାର୍ଥକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ ରାମଙ୍କ ମାର୍ଗଦର୍ଶନରେ ରେଡି ଭଲେଣ୍ଟିୟାର ସାହାର୍ଯ୍ୟ ଓ ସହଯୋଗ କରିଥିଲେ l ପରିଶେଷରେ ଅଧ୍ୟାପକ ମାନସ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |
Comments are closed.