ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଟେବାପୋଡା ଗାଁ ଠାରେ ପିଏମ ଜନମନ ଯୋଜନାରେ ସାମିଲ କରି ବିକାଶ କରିବା ଉଦ୍ଦେଶ୍ୟରେ ଟେବାପୋଡା ଗାଁରେ ଡିକେଡିଏ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | କାର୍ଯ୍ୟକ୍ରମରେ 97 ଜଣ ଏଥିପାଇଁ ଆବେଦନ କରିଥିବା ବେଳେ, 31ଟି ଗୋଷ୍ଠୀ ପ୍ରମାଣ ପତ୍ର କରାଯାଇଛି ଦୁଇ ଜଣଙ୍କୁ ଭତ୍ତା 164ଜଣଙ୍କୁ ଜବ୍ କାର୍ଡ, 67ଜଣଙ୍କୁ ଜନ୍ମ ପ୍ରମାଣ ପତ୍ର, 17 ଆଧାର କାର୍ଡ ପ୍ରଦାନ ନେଇ ଆବେଦନ ଗ୍ରହଣ କରାଯାଇଛି।
ପିଏମ କିଷାନ ନିଧୀ ଯୋଜନା ପାଇଁ 149 ଓ ସ୍କିଲ ଡେଭଲପମେଣ୍ଟ ପାଇଁ 15 ଜଣଙ୍କୁ ଚିହ୍ନଟ କରାଯାଇଛି। ନିୟମଗିରି ପାହାଡ଼ ଉପରେ ରହୁଥିବା ବିରଳ ଡଙ୍ଗରିଆ ଜନଜାତି ସାମିଲ ହୋଇଥିଲେ ଏବଂ ସରକାରଙ୍କ ସମସ୍ତ ଯୋଜନା ଲାଭ ଯୋଗାଇ ଦେବାକୁ ତୃଣମୂଳ ସ୍ତରରେ ପ୍ରଶାସନ ପହଞ୍ଚିଛି ଯୋଜନାର ସୁଫଳ ଲୋକେ କିପରି ପାଇବେ ସେ ନେଇ କାର୍ଯ୍ୟ କରାଯାଉଛି |
ଯୋଜନାରେ ଡଙ୍ଗରିଆ ଙ୍କୁ ପକ୍କାଘର ଘରକୁ ସ୍ବଚ୍ଛ ପିଇବା ପାଣି ବିଜୁଳି ଆଧାର କାର୍ଡ ଜଙ୍ଗଲ ଜମିପଟ୍ଟା ପୁଷ୍ଟିକର ଖାଦ୍ୟ ଭତ୍ତା ଯୋଗାଣ ବ୍ୟବସ୍ଥା ରହିଛି ଏଥିସହ ରାସ୍ତା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡି କେ ଡି ଏ ସ୍ଵତନ୍ତ୍ର ଅଧିକାରୀ ମନୋଜ କୁମାର ସାହୁ ତହସିଲଦାର ରଞ୍ଜନ କୁମାର ମନସେଠି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ ବ୍ଲକ କର୍ମଚାରୀ ମାନେ ଯୋଗ ଦେଇଥିଲେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଥିଲେ |