ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୁଭରମ୍ଭ ଆରମ୍ଭ ହୋଇଛି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜନଜାତି ନୃତ୍ୟ ମହୋତ୍ସବ। ୟୁନିଟ ୧ ଆଦିବାସୀ ପଡିଆରେ ଆୟୋଜିତ ହୋଇଥିବା ଏହି ମହୋତ୍ସବକୁ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ। ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଜନଜାତି ନୃତ୍ୟ ମହୋତ୍ସବ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସମେତ ଗୁଜୁରାଟ, ଛତିଶଗଡ, ମହାରାଷ୍ଟ୍ର , ଅରୁଣାଚଳପ୍ରଦେଶ, ମିଜୋରାମ ଭଳି ରାଜ୍ୟର ଜନଜାତି ନୃତ୍ୟଶିଳ୍ପୀ ଏହି ମହୋତ୍ସବରେ ନୃତ୍ୟ ପରିବେଷିତ କରିବା ସହ ସେମାନଙ୍କର ଜନଜାତି କଲାବସ୍ତୁ ପ୍ରଦର୍ଶୀତ ହୋଇଛି।
ବିଶେଷକରି ଓଡ଼ିଶାର ଲାଖ,ବାଉଁଶ, ଶବାଇ ଘାସ,ଶିଆଳି ରୁ ପ୍ରସ୍ତୁତ ସାମଗ୍ରୀ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ସାଜିଛି। ମହୋତ୍ସାବରେ ୮୧ ଟି ଷ୍ଟଲ୍ ରହିଥିବା ବେଳେ ରାଜ୍ୟ ବାହାରୁ ଆସିଚି ୨୫ ଟି ଷ୍ଟଲ୍। 13ଟି ରାଜ୍ୟରୁ ଆଦିବାସୀ ଜନଜାତିମାନଙ୍କର ପଦର୍ଶନୀ କରିଛନ୍ତି ନିଜର କଳାବସ୍ତୁ। ଦିନ 3 ଟାରୁ 9 ଟା ପର୍ଯନ୍ତ ଏହି କଳାବସ୍ତୁକୁ କ୍ରୟ କରିପାରିବେ ସାଧାରଣ ଜନତା। ଆଦିବାସୀ ମେଳାରେ ଅଢେଇ କୋଟି ଟଙ୍କାର ବ୍ୟବସାୟୀ ହୋଇଥିବା ବେଳେ ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ମେଳାରେ ଭଲ ବ୍ୟବସାୟ ହେବାର ଆଶା ରଖିଛନ୍ତି ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଇଦ୍ରମଣି ତ୍ରିପାଠୀ। ଆଜିର ଉଦଘାଟନି ଉତ୍ସାବରେ ବିଭାଗୀୟ ସଚିବ ରୁପା ରୋଶନ ସାହୁଙ୍କ ସମେତ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।