ରୁଷିଆ ସୀମାରେ ନାଟୋ କରିବ ସମରାଭ୍ୟାସ: ତାକତ ଦେଖାଇବେ ୨୭ ରାଷ୍ଟ୍ରର ସୈନ୍ୟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରୁଷିଆ ସୀମାରେ ନାଟୋ କରିବ ସମରାଭ୍ୟାସ । ନରେଓ୍ଵରେ ବିଶାଳ ପ୍ରଶିକ୍ଷଣ ଶିବିର । ତାକତ ଦେଖାଇବେ ୨୭ ରାଷ୍ଟ୍ରର ସୈନ୍ୟ । କୋଲଡ ରେସପନ୍ସ ୨୦୨୨ ପାଇଁ ନରେଓ୍ଵରେ ପହଞ୍ଚୁଛନ୍ତି ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ସମେତ ନାଟୋ ସଦସ୍ୟ ରାଷ୍ଟ୍ରର ସେନା । ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ମିଳିତ ସମରାଭ୍ୟାସ । ନାଟୋର ସଦସ୍ୟ ନ ଥିବା ଫିନଲାଣ୍ଡ ଓ ନରେଓ୍ଵ ବି ଏଥିରେ ସାମିଲ ହେବେ । ଜଳ, ସ୍ଥଳ ଓ ଆକାଶରୁ ରଣ ପରାକ୍ରମ ଦେଖାଇବେ ନାଟୋ ଟ୍ରୁପ୍ସ । ନରେଓ୍ଵର ଥଣ୍ଡା ପରିବେଶରେ ଯୁଦ୍ଧାଭ୍ୟାସ କରାଯିବ । ନାଟୋର ପାଖାପାଖି ୩୦ହଜାର ସୈନ୍ୟ ସାମିଲ ହେବେ । ୨୦୦ ଏୟାରକ୍ରାଫ୍ଟ ଓ ୫୦ ଯୁଦ୍ଧ ଜାହାଜ କରିବେ ସମରାଭ୍ୟାସ । ୟୁକ୍ରେନ-ରୁଷ୍‌ ଯୁଦ୍ଧ ଭିତରେ ନାଟୋର କୋଲଡ ରେସପନ୍ସ ୨୦୨୨ ବେଶ ଗୁରୁତ୍ୱ ରଖୁଛି । ଚଳିତବର୍ଷ ଏହା ନାଟୋର ସବୁଠୁ ବଡ଼ ସମରାଭ୍ୟାସ । ବାୟୁ ଓ ଜଳପଥରେ ୮ ହଜାର ଲେଖାଏ ଓ ଗ୍ରାଉଣ୍ଡରେ ୧୪ ହଜାର ନୋଟା ସୈନ୍ୟ କରିବେ ଯୁଦ୍ଧାଭ୍ୟାସ । ସହଯୋଗୀ ରାଷ୍ଟ୍ରର ସୁରକ୍ଷାକୁ ଗୁରୁତ୍ୱ ଦେଉଛି ନାଟୋ । ବାଇଡେନ୍‌ କହିଛନ୍ତି, NATO ଦେଶଙ୍କ ଇଞ୍ଚେ ଜମିକୁ ସୁରକ୍ଷା ଦିଆଯିବ । ରୁଷ୍‌ ବିରୋଧରେ ନାଟୋ ଲଢିଲେ ତୃତୀୟ ବିଶ୍ୱଯୁଦ୍ଧ ହେବ ।

ରୁଷ ସୀମାଠାରୁ ୪୭୦ କିଲୋମିଟର ଦୂର ନରେଓ୍ଵରେ ନାଟୋର ୨୭ ରାଷ୍ଟ୍ର ମିଳିତ ସମରାଭ୍ୟାସ କରିବେ । ପ୍ରତି ଦୁଇ ବର୍ଷରେ ନାଟୋ କୋଲଡ ରେସପନ୍ସ ଏକ୍ସସରଜାଇଜ୍‌ କରିଥାଏ । ଏବେ ଅପରେସନ୍‌ ସବେରଷ୍ଟାଇକ୍‌ ଚଳାଇଛି ନାଟୋ । ଭୂମଧ୍ୟସାଗରୀୟ ଅଞ୍ଚଳରେ ଚାଲିଛି ନାଟୋର ୮ଟି ରାଷ୍ଟ୍ର ମିଳିତ ସମରାଭ୍ୟାସ କରୁଛନ୍ତି । ରୁଷ ଓ ୟୁକ୍ରେନ୍‌ ସୀମାନ୍ତ ସହଯୋଗୀ ରାଷ୍ଟ୍ରରେ ଆଲର୍ଟରେ ରହିଛନ୍ତି ନାଟୋ ସୈନିକ । ପୋଲାଣ୍ଡ, ଇଷ୍ଟୋନିଆ, ଲାଟଭିଆ, ଲିଥୁଆନିଆ, ରୋମାନିଆ, ହଙ୍ଗେରୀ ଓ ସ୍ଲୋଭାକିଆରେ ସମରସଜ୍ଜା ହୋଇଛି । ବିଭିନ୍ନ ଦେଶର ଲଢୁଆ ଯୁଦ୍ଧ ବିମାନ, ଯୁଦ୍ଧାସ୍ତ୍ର ଓ ସୈନ୍ୟ ସଜାଗ ହୋଇ ରହିଛନ୍ତି । ଭୂଧ୍ୟସାଗରୀୟ ଅଞ୍ଚଳରେ ନାଟୋ ସହଯୋଗୀ ରାଷ୍ଟ୍ରର ଯୁଦ୍ଧପୋତ ସଜାଗ ରହିଛନ୍ତି ।

Leave A Reply

Your email address will not be published.