ନବୀନ ଙ୍କ ଅଷ୍ଟମ ଇନିଂସ

0

୨୭.୦୨.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ lଏହି ସଂକ୍ରାନ୍ତ ରେ ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ନିଯୁକ୍ତ ରିଟର୍ଣ୍ଣିଙ୍ଗ ଅଫିସର ପ୍ରତାପ ଦେବ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ l ଦଳର ରାଜ୍ୟ କାର୍ଯ୍ୟlଳୟ ଠାରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ନେବା ପରେ ପଟ୍ଟନାୟକ ଦଳୀୟ ସାଧାରଣ ପରିଷଦ ସଦସ୍ୟଙ୍କୁ ସମ୍ୱୋଧିତ କରିକହିଥିଲେ । ଜନଗଣଙ୍କୁ ବିଜେଡି ସବୁସମୟରେ ଆଗରେ ରଖିଆସିଛି l ସେଇଥିପାଇଁ ଲୋକମାନେ ବିଜେଡି କୁ ବାରମ୍ବାର ଭୋଟ ଦେଇ ସେବା କରିବାର ସୁଯୋଗ ଦେଉଛନ୍ତି ବୋଲି ନବୀନ କହିଥିଲେ l ପୁଣି 4.5କୋଟି ଓଡ଼ିଆଙ୍କୁ ଧନ୍ୟବାଦ ଦେଇଥିଲେ l ବିଜେଡି ଗଠନ ହେବl ଦିନଠାରୁ ନବୀନ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା l ଏହାପରେ ନିୟମିତ ବ୍ୟବଧାନରେ 7 ଥର ସାଙ୍ଗଠନିକ ନିର୍ବାଚନ ହୋଇଆସିଛି । ପ୍ରତିଥର ସଭାପତି ମୁକୁଟ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଛି । ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ସଞ୍ଜୟ ଦାସ ବର୍ମା , ପିନାକୀ ମିଶ୍ର , ପ୍ରସନ୍ନ ଆଚାର୍ଯ୍ୟ , ଦେବୀ ପ୍ରସାଦ ମିଶ୍ର , ଉଷାଦେବୀ , ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ବିଧାୟକ, ଏମପି ଗଣ ,ଏବଂ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l

Leave A Reply

Your email address will not be published.