ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି ରଖାଯାଇଛି; ବୈଜୟନ୍ତ ପଣ୍ଡା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି ରଖାଯାଇଛି, ତାଙ୍କୁ କଣ୍ଢେଇ ଭଳି ଅନ୍ୟଜଣେ ନିୟନ୍ତ୍ରଣ କରୁଛନ୍ତି ।   ମୁଖ୍ୟମନ୍ତ୍ରୀ ଏବେ ଯେଉଁଠି ବି ଦେଖାଯାଉଛନ୍ତି ସେଠାରେ ତାଙ୍କ ପାଖରେ ଜଣେ ହିଁ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି, ଯାହାଙ୍କ କବଜାରେ ସେ ଅଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରାଯିବା ଦରକାର ବୋଲି ବିଜେପି ରାଜ୍ୟବାସୀଙ୍କୁ ଅପିଲ୍ କରିଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍‌ । ବିଭିନ୍ନ ପ୍ରସଙ୍ଗ ଉଠାଇ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ । ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଯାଇଛି । ସାରା ଓଡ଼ିଶାରେ ଏହି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଏହି କଥା ଉଠାଇଥିଲେ । ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ। ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ । ସେ କ୍ୟାପଚର ହେବା ପରେ ଏହି ସମୟରେ ରତ୍ନଭଣ୍ଡାର ଚାବି ହଜିଛି । ଆଗରୁ ହଜି ନ ଥିଲା । ନବୀନଙ୍କ ଭିଡିଓ ବାର୍ତ୍ତା ତାଙ୍କର ନୁହେଁ। ଅଧିକାଂଶ ଡିପ୍ ଫେକ ଭିଡିଓ । ଏଆଇ ଜରିଆରେ ଭିଡିଓ ତିଆରି ହୋଇଛି। କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି। ଯାହା ଡିଫ୍ ଫେକ୍ ଜରିଆରେ କହୁଛନ୍ତି ତାହା ସତ ତ ? ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ, ସମସ୍ତେ ଜାଣିବା ଦରକାର ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।
ସେପଟେ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି କହିଲେ ଧର୍ମେନ୍ଦ୍ର । ସେ ଆହୁରି କହିଛନ୍ତି ‘ଓଡ଼ିଶାକୁ ୧ନଂ ରାଜ୍ୟ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି । ଏଇଥର ବିଜେପିକୁ ସୁଯୋଗ ଦିଅନ୍ତୁ, ଏକ ନମ୍ବର ହେବ ଓଡ଼ିଶା ।

Comments are closed.