ପ୍ରକାଶ ପାଇଲା CBSE ରେଜଲ୍ଟ, ବାଜି ମାରିଲେ ଛାତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ଘୋଷଣା କରିଛି। ବୋର୍ଡ ଏକାସାଙ୍ଗରେ ଉଭୟ ଶ୍ରେଣୀ ପାଇଁ ଫଳାଫଳ ଘୋଷଣା କରିଛି। ଛାତ୍ରୀଛାତ୍ରମାନେ ସେମାନଙ୍କର ରେଜଲ୍ଟ ସିବିଏସସି ଅଫିସିଆଲ ୱେବସାଇଟ୍ ମାଧ୍ୟମରେରେ ଯାଇ ଦେଖିପାରିବେ। ଚଳିତ ବର୍ଷ ୮୭.୯୮ % ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି। ଏଥିର ବାଜି ମାରିଛନ୍ତି ଛାତ୍ରୀ।

ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୬.୪୦% ଅଧିକ ରହିଛି। ଛାତ୍ରୀଙ୍କ ମୋଟ୍‌ ପାସ୍‌ ହାର ୯୧.୫୨% ରହିଛି। ଛାତ୍ରଙ୍କ ପାସ୍‌ ହାର ୮୫.୧୨ ପ୍ରତିଶତ ରହିଛି। ସେହିପରି ୧୨%ରୁ ଅଧିକ ପିଲା କୃତକାର୍ଯ୍ୟ ହୋଇ ପାରି ନାହାନ୍ତି। ଅନ୍ୟପଟେ ୫୦.୦୦ ପ୍ରତିଶତ ଟ୍ରାନ୍ସଜେଣ୍ଡର ପାସ୍‌ କରିଛନ୍ତି। ଗତ ଥର କେବଳ ୮୭.୩୩ % ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପାସ୍ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଫଳାଫଳ ୦.୬୫ % ଭଲ ହୋଇଛି। ସିବିଏସଇ ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି `କେରଳର ତ୍ରିଭେନ୍ଦ୍ରମରେ ୯୯.୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୦୪ ପ୍ରତିଶତ ଅଛି। ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭ % ରିହିଛି। ତା’ପଛକୁ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍‌ ହାର ୯୬.୯୫ ପ୍ରତିଶତ ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪ ପ୍ରତିଶତ ରହିଛି।

Comments are closed.