କୋର୍ଟରେ ହାଜର ହେଲେନାହିଁ ଅନୁଭବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ବି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇନାହାନ୍ତି। ଏଣୁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଗିରଫ ହୋଇପାରନ୍ତି କେନ୍ଦ୍ରାପଡା ସାଂସଦ ।

ଅନୁଭବ ମହାନ୍ତିଙ୍କ ବିରୋଧରେ NBW ଜାରି କଲେ କଟକ JMFC କୋର୍ଟ । ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ଏବଂ ବିଜେଡି ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ । ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ ଜାମିନ ବିହୀନ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି (MP /MLA) ସ୍ୱତନ୍ତ୍ର କୋର୍ଟ । ଆସନ୍ତା ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନା ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ ।

ଆଜି ଅନୁଭବଙ୍କ ନାଁରେ ଜାରି ହୋଇଛି ଏନ ବି ଡବ୍ଲ୍ୟୁ (ଜାମିନବିହୀନ ଗିରଫ ପରୱାନା)। ଆଗାମୀ ୨୩ ତାରିଖ ସୁଦ୍ଧା ଏନ ବି ଡବ୍ଲ୍ୟୁ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନାକୁ ସ୍ପେସାଲ ଜେ ଏମ ଏଫ ସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ଷାଙ୍କ ଘରୋଇ ହିଂସା ମାମଲାରେ ଜେ ଏମ ଏଫ୍ ସି ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳେଇଙ୍କୁ ଚାର୍ଜ ଫ୍ରେମ କରିଥିଲେ।

Leave A Reply

Your email address will not be published.