ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟରେ ନବୀନ ଲେଖିଛନ୍ତି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ, ଜୟ ଜଗନ୍ନାଥ । ଏହାପରେ ନବୀନଙ୍କ ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।
ଏପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ଏହି ବିଜୟ ରାଜ୍ୟ ସରକାରଙ୍କର । ଦେବୀ କହିଛନ୍ତି ପୁରୀ ପରିକ୍ରମା ପ୍ରକଳ୍ପ ଲାଗି ସରକାର ଯେଉଁ କାର୍ୟ୍ୟ କରୁଛନ୍ତି, କରୁଥିଲେ ତାହା ଠିକ ବୋଲି ପ୍ରମାଣିତ ହୋଇଗଲା । ପରିକ୍ରମା କାର୍ୟ୍ୟ ଶୀଘ୍ର ଶେଷ ହେଉ ଶ୍ରଦ୍ଧାଳୁ ଚାହୁଁଥିଲେ । ସେହିପରି ପୁରୀ ବିଧାୟକ ଜୟନ୍ତ ଶଢଙ୍ଗୀ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି ସୁପ୍ରିମ କୋର୍ଟ ସଠିକ୍ ନିଷ୍ପତ୍ତି ନେଇଛନ୍ତି ।