ପ୍ରକାଶ ପାଇଲା ନିଟ ପରୀକ୍ଷା ଫଳ, ଜାଣନ୍ତୁ କିଏ ହେଲେ ଓଡିଶା ଟପ୍ପର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : NEET-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଟପ୍ ୫୦ ତାଲିକାରେ ଓଡ଼ିଶାର ୨ ଜଣ ଅଛନ୍ତି। ଅଷ୍ଟମ ରାଙ୍କରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଅଛନ୍ତି। ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି। ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି।

ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୫୨୧ ଜଣ ବିଦେଶୀ ଓ ୫୩୩ ଜଣ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶାରୁ ପ୍ରାୟ ୫୭୦୯୨ ଜଣ ଏହି ପରୀକ୍ଷା ପାଇଁ ପଂଜୀକରଣ କରିଥିବାବେ​ଳେ ୫୫୮୬୬ ଜଣ ପରୀକ୍ଷା ଦେଇଥିଲେ ।

ସେମାନଙ୍କ ମଧ୍ୟରୁ ୨୮୩୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାମିଲନାଡ଼ୁର ପ୍ରଭଞ୍ଜନ ଜେ. ଓ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ରଖି ସାରା ଦେଶରେ ଟପ୍ପର ହୋଇଛନ୍ତି । ଓଡ଼ିଶାର ସ୍ବୟଂ ଶକ୍ତି ତ୍ରିପାଠୀ ୭୧୫ ମାର୍କ ରଖିବା ସହ ସାରା ଦେଶରେ ୮ମ ସ୍ଥାନରେ ଅଛନ୍ତି । ସେହିପରି ଓଡ଼ିଶାର ସୂର୍ଯ୍ଯ ପ୍ରତାପ ମିଶ୍ର ୭୧୦ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୩୫ ତମ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.