ଓଜନ କମାଇବ ପାଚିଲା ଆମ୍ବ

0

ଓଡିଆ ନ୍ୟୁଜ (ବ୍ୟୁ୍ରୋ) : ଋତୁ ଅନୁଯାୟୀ ଫଳ ଖାଇବା ଏକାନ୍ତ ଆବଶ୍ୟକ । ଯେଉଁ ଋତୁରେ ଯେଉଁଫଳ, ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ । ବିଶେଷ କରି ଖରାଦିନେ ଲୋକେ ଆମ୍ବ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଖରାଦିନେ ଆମ୍ବ ଫଳୁଥିବାରୁ ଏହାର ଚାହିଦା ଅଧିକ ଥାଏ । ଏହିଦିନ ବଜାରରେ ଭଳିକି ଭଳି ଆମ୍ବ ମିଳିଥାଏ। ଏହାସହ ବିଭିନ୍ନ ଭେରାଇଟିର ଆମ୍ବ ମଧ୍ୟ ବଜାରକୁ ଆସିଥାଏ ।

ଆଜିକାଲି ବର୍ଷସାରା ମଧ୍ୟ ବଜାରରେ ଆମ୍ବ ମିଳୁଛି। ଆମ୍ବ ଖାଇବା ଦ୍ୱାରା ଆପଣଙ୍କ ଅନେକ ଫାଇଦା ହୋଇଥାଏ। ଆପଣ ଜାଣିଛନ୍ତି କି ଆମ୍ବ ଆପଣଙ୍କୁ ଓଜନ କମାଇବାରେ ସାହାଯ୍ୟ କରିଥାଏ। ଆମ୍ବକୁ ସେହିମାନେ ଖାଇବା ଉଚିତ ଯେଉଁମାନଙ୍କର ସୁଗର ଲେବେଲ ଅଧିକ ରହିଥାଏ କଲେଷ୍ଟ୍ରୋଲର ମାତ୍ରା ଅଧିକ ରହିଥାଏ । ଏହାସହ ଯେଉଁମାନଙ୍କ ଓଜନ ଅଧିକ ରହିଛି ଓ ସେମାନେ ଓଜନକୁ କମାଇବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଆମ୍ବକୁ ଖାଇବା ଉଚିତ।

କିନ୍ତୁ ଆମ୍ବ ଏହାର ମଡେରେସନ ଷ୍ଟେଜରେ ଥିବାବେଳେ ଏହାକୁ ଖାଇବାକୁ ହେବ । ଅଧିକ ପାଚିଥିବା ଆମ୍ବ ଖାଇବା ଅନୁଚିତ। ବିଶେଷକରି ଡାଇବେଟିସ ରୋଗୀଙ୍କୁ। ଡାଏଟ ପ୍ଳାନ ପାଇଁ ଆମ୍ବ ସବୁବେଳେ ଭଲ ସାବ୍ୟସ୍ତ ହୋଇଥାଏ। ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ମନେ ରଖନ୍ତୁ ଏହାକୁ କେବଳ ଏହାର ପ୍ରାକୃତିକ ଅବସ୍ଥାରେ ହିଁ ଖାଇବେ।

କେକ୍ ବା ଅନ୍ୟ କୌଣସିରେ ଖାଇବେ ନାହିଁ । ଯାହା ଆପଣଙ୍କୁ ଫାଇଦା ନଦେଇ ପାରେ।ଆମ୍ବରେ ପ୍ରଚୁର ପରିମାଣର ଫାଇଟୋନିଉଟ୍ରେଣ୍ଟ, ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ରହିଥାଏ। ଯାହା ଓଜନ କମାଇବାରେ ସାହାଯ୍ୟ କରେ। ଏହାସହ ଏଥିରେ ପ୍ରଚୁର ପରିମାଣର ଏମାଇଲେଜ ରହିଥାଏ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ।

ସେହିପରି ଏଥିରେ ଭିଟାମିନ ସି ଭରପୁର ରହିଥାଏ ଯାହା ବ୍ଳକ ଲିପିଡକୁ କଣ୍ଟ୍ରୋଲ କରେ। ଏହାସହ ଏଥିରେ ମାଗନେସିୟମ, ପୋଟାସିୟମ, ଭିଟାମିନ ଏ ଓ ଇ ରହିଥାଏ।

 

Leave A Reply

Your email address will not be published.