ତାଳି ମାରିଲେ ମିଳେ ଏହି ସବୁ ଫାଇଦା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ, ଧର୍ମ ସମ୍ମିଳନୀ ସବୁଠି ତାଳିମାରିବାର ଗୁରୁତ୍ୱ ରହିଛି  । କିନ୍ତୁ ଆପଣ ଜାଣନ୍ତି କି ତାଳି ମଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି  ।

କ’ଣ କହୁଛି ଗବେଷଣା?
୨୦୧୭ ସେପ୍ଟେମ୍ବରରେ ‘ସାଇକୋଲୋଜି ଆଣ୍ଡ ବିହେବିୟରାଲ ସାଇନ୍ସ ଇଣ୍ଟରନ୍ୟାସନାଲ’ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭପ୍ରଦ । ଏହି ରିପୋର୍ଟରେ ପାର୍କରେ ଏକାଠି ତାଳି ମାରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥିବାର ପ୍ରକାଶ ପାଇଥିଲା । ତାଳି ମାରିଥିବା ଲୋକଙ୍କର ଯେତେବେଳେ ଏମଆରଆଇ କରାଯାଇଥିଲା  । ସେତେବେଳେ ସେମାନଙ୍କ ମସ୍ତିଷ୍କ ବେଶ୍‌ ସକ୍ରିୟ ଥିବାର ଦେଖାଯାଇଥିଲା  । ତାଳି ମାରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜବୁତ୍‌ ହେବା ସହ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଥିଲା  ।

– ଆକ୍ୟୁପ୍ରେସର ଅନୁସାରେ, ତାଳି ମାରିବା ଦ୍ୱାରା ସବୁ ପ୍ରେସର ପଏଣ୍ଟ ଉପରେ ପ୍ରଭାବ ପଡିଥାଏ  । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ ହୋଇଥାଏ  ।
– ନିୟମିତ ତାଳି ବଜାଇବା ଦ୍ୱାରା ଶରୀରର ବ୍ୟାଡ୍‌ କୋଲେଷ୍ଟ୍ରଲ କମ୍‌ ହୋଇଥାଏ  । ଏହାଦ୍ୱାରା ଉଚ୍‌ଚ ରକ୍ତଚାପ, ହୃଦରୋଗ ଓ ଶ୍ୱାସରୋଗରୁ ମଧ୍ୟ ମୁକ୍ତି ମିଳିଥାଏ  ।
– ପେଟରେ ଯଦି କୌଣସି ପ୍ରକାର ସମସ୍ୟା ରହିଛି, ତାଳି ବଜାଇବା ଦ୍ୱାରା ଏହା ଭଲ ହୁଏ  ।
– ନିୟମିତ ୩୦ ମିନିଟ୍‌ ତାଳି ବଜାଇବା ଦ୍ୱାରା ମଧୁମେହ, ଅବସାଦ, ଆଣ୍ଠୁଗଣ୍ଠିବାତ, ଅନିଦ୍ରା, ଅକାଳରେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ  ।
– ତାଳି ବଜାଇବା ଶିଶୁମାନଙ୍କ ପାଇଁ ମଧ୍ୟ ବେଶ୍‌ ଭଲ ହୋଇଥାଏ  । ଏହା କୁନି ପିଲାଙ୍କ ଏକାଗ୍ରତା ଚଢାଇବାରେ ସାହାଯ୍ୟ କରେ  ।

Leave A Reply

Your email address will not be published.