ଦିନକୁ ପିଇବେ କେତେ ପାଣି?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଜଣେ ଲୋକ ଦିନକୁ କେତେ ପାଣି ପିଇବା ଆବଶ୍ୟକ । କେତେ ପାଇଁ ପିଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ପାଣି ପିଇଲେ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି, ତାହା ସ୍ୱାସ୍ଥ୍ୟ ପ୍ରତି ଭଲ କି ଖରାପ ।

ଦିନକୁ ପିଇବେ କେତେ ପାଣି ?
– ଜଣେ ଲୋକ ଦିନକୁ ୮ରୁ ୧୦ ଗ୍ଲାସ ପିଇବା କଥା ।
– ଅର୍ଥାତ୍ ଦିନକୁ ୨ରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ ।
– ଜଣେ ବ୍ୟକ୍ତିର କାମ ଅନୁସାରେ ପାଣି ଦରକାର ପଡ଼ିଥାଏ ।
– ଚାଷ କରୁଥିବା ଓ ଜିମ୍ ଯାଉଥିବା ବ୍ୟକ୍ତି ଅଧିକ ପାଣି ପିଅନ୍ତୁ ।
– ଅଧିକ ଝାଳ ବାହାରୁଥିଲେ ୩ରୁ ସାଢେ ୩ ଲିଟର ପାଣି ପିଇ ପାରିବେ ।
– ଅଫିସ୍ କିମ୍ବା ଘରେ ରହି କାମ କରୁଥିଲେ ୨ରୁ ଅଢେଇ ଲିଟର ପାଣି ଯଥେଷ୍ଟ ।
– ଖାଦ୍ୟ ଖାଇ ସାରିବା ମାତ୍ରେ ପାଣି ପିଅନ୍ତୁ ନାହିଁ ।
– ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍ ।
– ଖାଦ୍ୟ ଠିକ୍ ଭାବେ ହଜମ ହେବା ପାଇଁ ପାଣିର ଆବଶ୍ୟକତା ନଥାଏ ।
– ପାଣି ପିଇଲେ ନୁହେଁ ପେଟରେ ଥିବା ଏସିଡ୍ ଦ୍ୱାରା ଖାଦ୍ୟ ହଜମ ହୋଇଥାଏ ।
– ଖାଇ ସାରିବା ମାତ୍ରେ ପାଣି ପିଇଲେ ଖାଦ୍ୟ ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୁଏ ।
– ସଂଧ୍ୟା ପରେ ଅଧିକ ପାଣି ପିଇବା ଠିକ୍ ନୁହେଁ ।
– ରାତିରେ ଶୋଇବା ପରେ ଉଠି ଅଧିକ ପାଣି ପିଅନ୍ତୁ ନାହିଁ ।

Leave A Reply

Your email address will not be published.