ଓଡ଼ିଆ ନ୍ୟୁଜ୍: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର।ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି।ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା।ସୋସିଆଲ୍ ମିଡିଆ ବ୍ୟାନ୍ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ।ମୋଟ୍ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରିଥିଲେ ନେପାଳ ସରକାର।ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ପରେ ସରକାର ପ୍ରତିବନ୍ଧକ ପ୍ରତ୍ୟାହାର କରିନେଇଥିବା ସାମ୍ନାକୁ ଆସିଛି।
ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ, ନେପାଳରେ ୱାଇବର, ଟିକଟକ, ଭିଟକ ଏବଂ ନିମ୍ବୁଜ ଭଳି ପ୍ଲାଟଫର୍ମ ପଞ୍ଜିକୃତ ଅଛନ୍ତି । ଅନ୍ୟପଟେ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ପଞ୍ଜିକରଣ କରିନାହାନ୍ତି। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, ଏହି ନିଷେଧ ସାରା ଦେଶରେ ଲାଗୁ ହେବ।