ଆଜିଠୁ ବାଂଲାରେ ନୂଆ ସରକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଂଲାଦେଶରେ ପହଞ୍ଚିଛନ୍ତି ଅନ୍ତରୀଣ ସରକାରର ନୂଆ ପ୍ରଧାନମନ୍ତ୍ରୀ ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ। ଗୁରୁବାର ସେ ଢାକାରେ ପହଞ୍ଚିବା ପରେ କହିଛନ୍ତି, ବାଂଲାଦେଶ ୨ୟ ଥର ପାଇଁ ସ୍ଵାଧୀନତା ପାଇଲା। ଏହାକୁ ଆମେ ନିଶ୍ଚୟ ସୁରକ୍ଷା ଦେବୁ। ଆନ୍ଦୋଳନକାରୀ ଛାତ୍ରମାନେ ଦେଶକୁ ବଞ୍ଚାଇବା ଲାଗି ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଦେଇଛନ୍ତି।

ରାତି ସାଢେ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସେନା ମୁଖ୍ୟ ୱକାର-ଉଜ୍-ଜମାନ ଗତକାଲି ଏନେଇ ସୂଚନା ଦେଇଛନ୍ତି। ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ। ଦେଶରେ ବିରୋଧୀମାନେ ସଂରକ୍ଷଣ ପ୍ରତିବାଦରେ ହିଂସାତ୍ମକ ଆନ୍ଦୋଳନ କରିବା ପରେ ସେନା ଚାପରେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ୟୁନୁସଙ୍କୁ ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ଭାବେ ସେନା ପକ୍ଷରୁ ଘୋଷଣା କରାଯାଇଛି।

ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ୭୬ ବର୍ଷୀୟା ଶେଖ୍ ହସିନା ଦେଶ ଛାଡି ପଳାୟନ କରିଛନ୍ତି। ଏହାପରେ ଦେଶର ସେନା ଅସ୍ଥାୟୀ ଭାବେ କ୍ଷମତା ହାତକୁ ନେଇଥିଲେ। ଏବେ ଦେଶରେ ଅନ୍ତରୀଣ ସରକାର ଶପଥ ନେବାକୁ ଯାଉଛି। ଏହି ସରକାରରେ ମୁଖ୍ୟ ଉପଦେଷ୍ଟା ଭୂମିକା ନିର୍ବାହ କରିବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ସେ ଗୁରୁବାର ପ୍ୟାରିସରୁ ସ୍ୱଦେଶ ଫେରିବେ।

Leave A Reply

Your email address will not be published.