ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ କିଛି ସମୟ ପରେ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ। ସେଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ।
ମା ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଏହି ନୂଆ ଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ । ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ। ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ।
ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗି ପଡିଥାନ୍ତି। ୬ ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି। ଗତ ବର୍ଷ ମଧ୍ୟ ଶ୍ରୀ ବେହେରା ମନ୍ଦିରକୁ ଧାନ ପ୍ରଦାନ କରିଥିଲେ। ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ଚାଷ ନିମନ୍ତେ ସ୍ଵତନ୍ତ୍ର ଭାବେ ଶ୍ରୀ ବେହେରା ଏହାର ଚାଷ କରିଥାନ୍ତି। ଯେପରି କୌଣସି ଚଢ଼େଇ ଉକ୍ତ ଧାନ ନ ଖାଇବେ ସେଥ୍ପାଇଁ ସେ ସ୍ଵତନ୍ତ୍ର ବ୍ୟବସ୍ଥା କରିଥାନ୍ତି।
Comments are closed.