ଏଡିଜେ କୋର୍ଟରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ୬ ବର୍ଷ ପୂରି ଯାଇଥିବା ବେଳେ ଏବେବି ବି କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ୬୦ନଂ ସାକ୍ଷୀ ଭାବରେ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ସମୟରେ କୋର୍ଟରେ ସରକାରୀ ଓକିଲ ଓ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ।

ତେବେ କୋର୍ଟରେ କଣ ଶୁଣାଣି ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା। ବିସ୍ଫୋରଣରେ ନବବଧୂଙ୍କ ସ୍ୱାମୀ ଓ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ। ଏହି ହାଇ ପ୍ରୋଫାଇଲ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା । ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍‌ର ସିଡି ଡିସ୍‌ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଛି। କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ବିରୋଧ କରିଛନ୍ତି ପ୍ରତିପକ୍ଷ ଓକିଲ।

ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ୨୦୧୮ ମସିହାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣା ଘଟିଥିଲା। ପାଟଣାଗଡ଼ ସହରର ବରହମ୍‌ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ।ଦୀର୍ଘ ଦିନର ଚିକିତ୍ସା ପରେ ସେ ମୃତ୍ୟୁ ମୁହଁରୁ ଫେରିଥିଲେ।

Comments are closed.