ଗଭୀର ସମୁଦ୍ରରୁ ଭାସି ଆସିଲା କଣ୍ଟେନର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପୁରୁଣା ସାତଭାୟା ସମୁଦ୍ର କୂଳରେ ଦୁଇଟି ଅଜଣା କଣ୍ଟେନର ଲାଗିଛି। ଆଇଟିଟି ଲାଇନ୍‌‌ସ ପ୍ରାଇଭେଟ ଲିମିଟେଡ ଲେଖାଥିବା ଦୁଇଟି କଣ୍ଟେନର ସମୁଦ୍ରରେ କେଉଁଠୁ ଭାସି ଆସିଲା ତାହା ଜଣାପଡି ନାହିଁ। ସାତଭାୟା, ଓକିଲପାଳ ଓ ସ୍ଥାନୀୟ କିଛି ଅଞ୍ଚଳ ବାସିନ୍ଦା ସମୁଦ୍ର କୂଳରେ ପହଞ୍ଚି କଣ୍ଟେନରରୁ ଶୋରିଷ ତେଲ, କୁରକୁରି ପ୍ୟାକେଟ, କପ୍‌ ସେଟ୍‌, ଚପଲ, ଔଷଧ, ଶାଢି, ପ୍ୟାଣ୍ଟ ସାର୍ଟ ଓ ବିଭିନ୍ନ ସାମଗ୍ରୀ ବୋହି ନେଇଥିଲେ।

ସାତଭାୟା ମା’ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ନିକଟରୁ ୩ଶହ ମିଟର ଅନ୍ତରରେ ୨ଟି ସାମଗ୍ରୀ ବୋଝେଇ କଣ୍ଟେନର ଲାଗିଥିଲା। ଖବରପାଇ ବଗପାଟିଆ, ଗୁପ୍ତି, ଓକିଲପାଳ, ଦେବେନ୍ଦ୍ରନାରାୟଣପୁର, ସାତଭାୟା ଅଞ୍ଚଳର ଶତାଧିକ ଲୋକେ ବାଇକ୍‌ ଓ ବସ୍ତା ଧରି ଡଙ୍ଗାରେ ବାଉଁଶଗଡ଼ ନଦୀ ପାର ହୋଇ ୭ କି.ମି. ଦୂର ସାତଭାୟା ସମୁଦ୍ର କୂଳରେ କଣ୍ଟେନର ପାଖରେ ପହଞ୍ଚତ୍ ଥିଲେ।

କଣ୍ଟେନର ତାଲାକୁ ତାଡ଼ି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ଲୋକେ ବୋହି ନେଇଥିଲେ। ଏହି କଣ୍ଟେନରରେ କପ୍‌ ପ୍ଲେଟ୍‌, ମ୍ୟୁଜିକ୍‌ ବକ୍ସ, ଫ୍ରିଜ, ଗଡ୍‌ରେଜ, ଶାଢ଼ି, ଜୋତା, ଶାର୍ଟପ୍ୟାଣ୍ଟ, ଛତା, କବାଟ ତିଆରି ସାମଗ୍ରୀ, ଗଛକଟା ସାମଗ୍ରୀ, ସୋରିଷ ତେଲଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ, ଶୁଖିଲା ଖାଦ୍ୟ, ଏୟାର ବ୍ୟାଗ୍‌କୁ ଲୋକେ ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି। ମାତ୍ର କେତେ ଘଣ୍ଟା ଭିତରେ ୨ଟି କଣ୍ଟେନରରେ ଥିବା ସାମଗ୍ରୀ ସରି ଯାଇଥିଲା।

Leave A Reply

Your email address will not be published.