ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବି ସିମ୍ ବକ୍ସ ନେଟୱର୍କ ବିଛା ଯାଇଥିବା ମାମଲା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଏବେବି ଫେରାର ଥିବା ବେଳେ ପୁଲିସ୍ ରାଜୁ ମଣ୍ଡଳ ନାମକ ବଙ୍ଗୀୟ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ସୂଚନା ଅନୁସାରେ ରାଜୁ ମଣ୍ଡଳ ନିଖୋଜ ନେଇ ପରିବାର ଲୋକେ ପଶ୍ଚିମବଙ୍ଗର ଏକ ଥାନାରେ ଏତଲା ଦେଇଛନ୍ତି।
ରାଜୁର ଶେଷ ଠିକଣା ଲକ୍ଷ୍ମୀସାଗର ଦେଖାଇବାରୁ ପରିବାର ଲୋକେ ଲକ୍ଷ୍ମୀସାଗର ପୁଲିସ ସହ ଯୋଗାଯୋଗ କରିଥିଲେ। ଏହାପରେ ରାଜୁଙ୍କ ଓକିଲକୁ ପୁଲିସ ସମସ୍ତ ସୂଚନା ଦେଇଥିଲା। ପରିବାର ଲୋକମାନେ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିବା ପରେ ସିମ୍ ବକ୍ସ ଘଟଣା ବିଷୟରେ ପୁଲିସ ଅବଗତ କରାଇଛି। ଏହାସହିତ ରାଜୁଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି। ଘଟଣାରେ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ରାଜୁମଣ୍ଡଳକୁ ଝାଡଖଣ୍ଡର ରାଞ୍ଚିକୁ ନେଇ ଖୋଳତାଡ କରିବା ସହ ଅଧିକ ସିମ୍ ବକ୍ସ ଠାବ କରିଛି।
ସିମ୍ ବକ୍ସ ଅପରେଟିଂ ଜାରି ରହିଥିବାରୁ ଦେଶଦ୍ରୋହ ରଚାଯିବା ନେଇ ଆଶଙ୍କା କରିଛି ଓଡ଼ିଶା ଓ ଝାଡଖଣ୍ଡ ପୁଲିସ ସହ ତଦନ୍ତରେ ସାମିଲ ଥିବା ରିଜର୍ଭ ବାଟାଲିୟନ୍। ଜନଗହଳି ଅଂଚଳରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିଲେ ମଧ୍ୟ ପାଖ ପଡୋଶୀ ଏହାର ଗନ୍ଧ ବାରିପାରିନଥିବା କହିଛନ୍ତି। ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୁଲିସ।