ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ନେତା ।  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଏଥିସହ ଆଜିଠୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ପ୍ରାର୍ଥୀ ମାନେ ଏପ୍ରିଲ ୨୫ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବେ। ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ଏପ୍ରିଲ ୨୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି ପର୍ଯ୍ୟାୟ ଲାଗି ୧୩ରେ ଭୋଟ ଗ୍ରହଣ କରାଯିବ। ଜୁନ ୪ରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ।

ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ। ସେହିପରି ପୁଡ଼ୁଚେରୀ, ଲାକ୍ଷାଦୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ୱୀପର ଗୋଟିଏ ଲେଖାଏଁ ସିଟରେ ବି ମତଦାନ କରିବେ ଜନ ସାଧାରଣ। ଏହାବାଦ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ।ପ୍ରଥମ ପର୍ଯ୍ୟାୟରେ 21ଟି ରାଜ୍ୟରେ 102ଟି ଆସନରେ ପଡିବ ଭୋଟ ।

ସୂଚନା ଅନୁସାରେ, ନିର୍ବାଚନୀ ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳର ବଡ ବଡ କାର୍ଯ୍ୟକ୍ରମ ରହିଥିଲା । ଆରୋପ ପ୍ରତ୍ୟାରୋପ ମଧ୍ୟରେ ଶେଷ ହୋଇଥିଲା ପ୍ରଚାର । ସାହାରନପୁରରେ କଂଗ୍ରେସ ପାର୍ଟିର ମହାସଚିବ ଏକ ରୋଡ ଶୋ କରିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବ ରାଜ୍ୟରେ ରାଲି କରି ବିରୋଧୀଙ୍କ ଉପରେ ବର୍ଷିଥିଲେ ।

Leave A Reply

Your email address will not be published.