ଆଇଏଏସ ପରୀକ୍ଷାରେ ୨୪ତମ ସ୍ଥାନରେ କରଞ୍ଜିଆର ପ୍ରଜ୍ଞାନନ୍ଦନ ଗିରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଇଏଏସ ପରୀକ୍ଷାରେ ୨୪ତମ ସ୍ଥାନରେ କରଞ୍ଜିଆର ପ୍ରଜ୍ଞାନନ୍ଦନ ଗିରି | ଲୋକସେବା ଆୟୋଗ ଦ୍ଵାରା ପ୍ରକାଶିତ ସର୍ବଭାରତୀୟ ସ୍ତର ଆଇଏଏସ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପ୍ରଜ୍ଞାନନ୍ଦନ ଗିରି ୨୪ତମ ସ୍ଥାନରେ ରହି ଅଞ୍ଚଳର ଗାରିମା ବୃଦ୍ଧି କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ କରଞ୍ଜିଆ ଅଞ୍ଚଳରେ ଆନନ୍ଦର ଲହରି ଖେଳିଯାଇଥିଲା। ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ତରଫରୁ ତାଙ୍କ ଏହି ସଫଳତା ନିମନ୍ତେ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ସୂଚନା ଥାଉକି ପ୍ରଜ୍ଞାନନ୍ଦନ ହେଉଛନ୍ତି କରଞ୍ଜିଆ ଗୋଲେଇ ଶେଖର କଲୋନୀ ନିବାସୀ ଦିଲ୍ଲୀପ କୁମାର ଗିରି ଓ ମୀରାବାଳା ଗିରିଙ୍କ ବଡ଼ ପୁଅ ତାଙ୍କ ବାପା ଚମ୍ପୁଆ ଆଇଟି ଡି ଏ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଅବସ୍ଥାପିତ ମାତା ଜଣେ ଗୃହିଣୀ ଅଟନ୍ତି । ତେବେ ପ୍ରଜ୍ଞା ଛୋଟ ବେଳୁ ଅତ୍ୟନ୍ତ ମେଧାବୀ ଥିଲେ । ସେ କରଞ୍ଜିଆ ସରସ୍ଵତୀ ଶିଶୁ ମନ୍ଦିରରୁ ମ୍ୟାଟ୍ରିକ ପାସ ପରେ ଭୁବନେଶ୍ଵର କଳିଙ୍ଗ ଭାରତୀ ଆବାସି ଯୁକ୍ତ ୨ ମହାବିଦ୍ୟାଳୟ ରୁ ଯୁକ୍ତ ୨ ପରେ ଭୁବନେଶ୍ବର ସ୍ଥିତ ନାଇଜର ରେ ଆଇସିଏସ ପାଇଁ ଉତ୍ତୀର୍ଣ୍ଣ ହୋଇ ଓଡିଶା ରାଜସ୍ୱ ସେବା ଅଧୁକାରୀ ଭାବେ ୨୦୧୯ ରେ କୃତକାର୍ଯ୍ୟ ହୋଇଥିଲେ ।

୨୦୨୦ ରେ ଓଡିଶା ପ୍ରଶାସନିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ବର୍ତମାନ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବରେ ଅବସ୍ଥାପିତ ଅଛନ୍ତି । ଚତୁର୍ଥ ପ୍ରୟାସ ରେ ସର୍ବଭାରତୀୟ ସ୍ତରରେ ୨୪ ତମ ସ୍ଥାନ ଅଧିକାର କରିଛନ୍ତି । ପ୍ରଜ୍ଞା ନନ୍ଦନଙ୍କ ପ୍ରତିକ୍ରିୟା ନେବାରୁ ସେ ତାଙ୍କ ସଫଳତାର ଶ୍ରେୟ ମାତା ପିତା ଗୁରୁଜନ ଓ ଶିକ୍ଷକ ମାନଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.