ସ୍ବାଧୀନତା ର ୭୫ ବର୍ଷ ପରେ ଲୋକଙ୍କ ପାଖରେ ପହଁଚି ପାରିନି ମୌଳିକ ସୁବିଧା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ବାଧୀନତା ର ୭୫ ବର୍ଷ ପରେ ଲୋକଙ୍କ ପାଖରେ ପହଁଚି ପାରିନି ମୌଳିକ ସୁବିଧା ନିର୍ବାଚନ ପରେ ଭୁଲି ଯାଆନ୍ତି ନେତା | କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବରିପାଳ ପଞ୍ଚାୟତ ନୂଆ ବରିପାଳ ମାଦୁରିଆ ସାହି ଗ୍ରାମର ଗ୍ରାମବାସୀ ସ୍ୱାଧୀନତା ର ୭୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ନିର୍ବାଚନ ପରେ ଭୁଲି ଯାଆନ୍ତି ନେତା ମାନେ ପ୍ରତିଶ୍ରୁତି । ଆଜିର ଦିନରେ ଲୋକେ ଏମିତି ବଞ୍ଚିବା କଷ୍ଟ କର ନା ଅଛି ରାସ୍ତା, ନା ଅଛି ପିଇବା ପାଣି, ନା ଅଛି ବିଦ୍ୟୁତ |

ଗ୍ରାମର ଲୋକମାନେ ନିଜ ପ୍ରୟାସ ରେ ଏକ ଚୁଆ ଖୋଳି ପାଣି ପିଉଛନ୍ତି ସେ ପୁଣି ଗୋଳିଆ ପାଣି | ଏ ଗ୍ରାମବାସୀ ଙ୍କ ଦେହ ଖରାପ ହେଲେ ତିନି କିଲୋମିଟର ଖଟିଆ ଓ ବାଇକ ରେ ଧରି ମୁଖ୍ୟ ରାସ୍ତା କୁ ଆସିଥାନ୍ତି ,ଆମ୍ବୁଲାନ୍ସ ମାଦୁରିଆ ଗ୍ରାମକୁ କୁ ଯିବା ସାତ ସପନ ,ଅପରିକି ଗ୍ରାମରେ ଅଙ୍ଗନବାଡ଼ି ଟିଏ ନାହିଁ ଏହି ଗ୍ରାମରେ ୨୦୦ରୁ ଉର୍ଦ୍ଦ ଲୋକ ବସବାସ କରୁଛନ୍ତି। ଅନ୍ୟ ପଟେ ସରକାର ଘରେ ଘରେ ବିଦ୍ୟୁତ ପହଞ୍ଚିବା ନାରା ଦେଉଥିବା ବେଳେ ଆଜି ବି ଅନ୍ଧାର ଘେରରେ ରହିଛନ୍ତି |

ପିଲାମାନେ ପାଠ ପଢିବା ପାଇଁ ହଇରାଣ ହେଉଛନ୍ତି | ନିର୍ବାଚନ ଆସିଲେ ବିଭିନ୍ନ ଦଳର ନେତା ଆସିଥାନ୍ତି ସବୁ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି ଆଉ ନିର୍ବାଚନ ସରିଗଲା ପରେ ପ୍ରତିଶ୍ରୁତି ପାଣିର ଗାର ଭଳି ରହିଯାଏ ସତେ ଯେମିତି ଲାଗିଛି ଏହି ଦୃର୍ଗମ ଅଞ୍ଚଳରେ ମୌଳିକ ସୁବିଧା ସାତ ସପନ ତେବେ ଏ ସମ୍ପର୍କରେ ଘଷିପୁରା ବିଡ଼ିଓ ଙ୍କୁ ଯୋଗା ଯୋଗ କରିଥିଲେ ଆମ ପ୍ରତିନିଧି ବିଡ଼ିଓ, କ୍ୟାମେରା ସମ୍ମୁଖରେ କିଛି ନ କହି ତଦନ୍ତ କରି ସମସ୍ୟା ର ସମାଧାନ କରିବା ପାଇଁ କହିଛନ୍ତି ।

Leave A Reply

Your email address will not be published.