ରାଇରଙ୍ଗପୁରରେ ମା ବାସନ୍ତୀ ପୂଜା ମହାଆଡମ୍ବରରେ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ମା ବାସନ୍ତୀ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ | ମା କରୁଣାମୟୀ ଓ ଦୟାମୟୀ , ରୂପ ଅନେକ | କେତେବେଳେ ମା ଲକ୍ଷ୍ମୀ ରୂପରେ ଅବର୍ତ୍ତୀନ୍ନ ହୋଇ ସମାଜ କଲ୍ୟାଣ କରୁଥିବା ବେଳେ ପୁଣି ମା ମହିଷାମର୍ଦ୍ଦିନୀ ଦୁର୍ଗା ରୂପରେ ଆବିର୍ଭାବ ହୋଇ ସଂସାରର ଦୁଃଖ, ଦରିଦ୍ରତା ଓ ସଂକଟରୁ ଲୋକମାନଙ୍କୁ ମୁକ୍ତ କରିଥିଲେ | ସେହିଭଳି ମା ବାସନ୍ତୀଙ୍କ ମହିମା ଅତୁଳନୀୟ | ତାଙ୍କରି କରୁଣାରେ ପାପିତାପୀ, ଗର୍ବୀଅହଙ୍କାରୀ ଓ ଦୁଃଖୀରଙ୍କି ସମସ୍ତେ ବଶବର୍ତ୍ତୀ ହୋଇ ତାଙ୍କର ଗୁଣକୀର୍ତ୍ତନ ଓ କରୁଣାଲାଭ କରୁଛନ୍ତି |

ଏ ଜଗତରେ ଉକ୍ତମାନେ ମଙ୍ଗଳମୟ ଓ ଶୁଭଫଳ କାମନା ନିମନ୍ତେ ତାଙ୍କର ପଦପଙ୍କଜରେ ବିନମ୍ର ପ୍ରାର୍ଥନା କରିଆସୁଛନ୍ତି | ଏହି ଚଇତ ପର୍ବର ଶୁଭ ଅବକାଶରେ ରାଇରଙ୍ଗପୁର ସହରସ୍ତ ଇଚିଣ୍ଡା ଡାକ୍ତରଖାନା ଛକ ନିକଟରେ ମା ବାସନ୍ତୀ ପୂଜା ଏ ବର୍ଷ ୩୯ ବର୍ଷ ପଦାର୍ପଣ ରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହେଉଅଛି |ଏହା ଗତ ୧୪ ତାରିଖ ଷଷ୍ଠୀରେ ବିଲ୍ବବରଣ, ୧୫ ତାରିଖ ସପ୍ତମୀପୂଜା, ଚଣ୍ଡିପାଠ, ୧୬ ତାରିଖରେ ଅଷ୍ଟମୀ ପୂଜାରମ୍ଭ, ଅଶୋକାଷ୍ଟମୀ ବ୍ରତ ଉପବାସ, ସନ୍ଧି ପୂଜାରମ୍ଭ , ୧୭ ତାରିଖରେ ଶ୍ରୀ ରାମ ନବମୀରେ ମା ବାସନ୍ତୀ ଦେବୀଙ୍କ ନବମୀ ପୂଜା, ନବକୁମାରୀ ପୂଜା, ଚଣ୍ଡିପାଠ, ବିଶେଷ ହୋମ ହୋଇ ରାତ୍ର ସମୟେ ପୂର୍ଣ୍ଣାହୂତି ଓ ୧୮ ତାରିଖରେ ମା ବାସନ୍ତୀଙ୍କ ଦଶହରା, ଦଶମୀ ପୂଜାବ୍ରତ, ଅପରାହ୍ନ ସମୟେ ଅପରାଜିତା ଏବଂ ଘଟ ମଣ୍ଡଳ ବିଷଜନ ବିଧାନ |

ଏଥିରେ ପୁରୋହିତ ଦେବବ୍ରତ ମହାପାତ୍ର, ଆଦିତ୍ୟନନା, ପ୍ରମୋଦନନା, ଜନକନନା ପୂଜାର୍ଚ୍ଚନା କରୁଥିବା ବେଳେ କର୍ତ୍ତା ଭାବେ ନିରଂଜନ ଗୌଲା ଆସୀନ ହୋଇଥିଲେ |ଏହି ଭବ୍ୟ ପୂଜାରେ ମା ବାସନ୍ତୀ ପୂଜା କମିଟୀର ସଭାପତି ସୁଶୀଲ କୁମାର ମହାନ୍ତି, ଦିପୁ ପଟ୍ଟନାୟକ, ସଂପାଦକ ଅମନ ମହାନ୍ତି, ଅଙ୍କିତ ପଟ୍ଟନାୟକ, ଅନୁଭବ ପଟ୍ଟନାୟକ, ସଚେତନ ମହାନ୍ତି, କାଳିଆ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ସମୂଲ୍ୟ ମହାନ୍ତ, ଅଶୋକ ମହାନ୍ତ, ଅମୂଲ୍ୟ ମହାନ୍ତ, ଅଭିଜ୍ଞାନ ମହାନ୍ତି ତଥା ଅନ୍ଯାନ୍ୟ ସଦସ୍ୟଗଣ ପରିଚାଳନା କରିଥିଲେ |

Leave A Reply

Your email address will not be published.