ଜଳେଶ୍ଵର ବିଜେପିର ଗୋଷ୍ଠୀ କନ୍ଦଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ଵର ବିଜେପିର ଗୋଷ୍ଠୀ କନ୍ଦଳ, ମନୋନୀତ ବିଧାୟକ ପ୍ରାର୍ଥୀଙ୍କୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା କର୍ମୀ  | ବାଇକ ରାଲି ସହିତ ପ୍ରତଗୌର | ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ଜଳେଶ୍ଵର ବିଧାନସଭା ନିର୍ବାଚନୀ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନକୁ ବିଜେପି ଚଳିତ ଥର ବିଧାୟକ ପ୍ରାର୍ଥୀ କରିଛି |

ଜଳେଶ୍ଵର ବିଧାୟକ ପ୍ରାର୍ଥୀ ପାଇଁ ଅନେକ ଆଶାବାଦୀ ଥିବାବେଳେ ବିଜେଡି ଦଳରୁ ବିତାଡିତ ହୋଇ କିଛି ଦିନ ତଳେ ବିଜେପିରେ ସାମିଲ ହୋଇଥିବା ବ୍ରଜ ମୋହନ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି | ତେଣୁ ତାଙ୍କୁ ବିରୋଧ କରି ପ୍ରତିବାଦ କରିଛନ୍ତି କର୍ମୀ | ଏନେଇ ଆଜି ଅପରାହ୍ନ ସମୟରେ ଶତାଧିକ କର୍ମୀ ଜଳେଶ୍ଵର ଚାଲନ୍ତି ଠାରୁ ଏକ ବାଇକ ରାଲିରେ ବାହାରି ଜଳେଶ୍ଵର ସହର ଦେଇ ସୀମାନ୍ତ ଅଗ୍ରୱାଲା ଛକ ପର୍ଯ୍ୟନ୍ତ ଯାଇଥିଲା |

ଏହି ପ୍ରତିବାଦ ଶୋଭାଯାତ୍ରା ରେ ଆଶାୟୀ ପ୍ରାର୍ଥୀ ପ୍ରବୀର୍ କୁମାର ପ୍ରଧାନ, ୨୦୧୯ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ଜୟନାରାୟଣ ମହାନ୍ତି ଙ୍କ ପୁଅ ଆଶାୟୀ ପ୍ରାର୍ଥୀ ଦିବ୍ୟକାମ ମହାନ୍ତି ନିର୍ବାଚନ ମଣ୍ଡଳୀ ସଂଯୋଜକ ଶାନ୍ତନୁ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଦଳ ଯଦି ଆଗାମୀ ଦିନରେ ପ୍ରାର୍ଥୀ ପରିବର୍ତ୍ତନ ନ କରେ ତେବେ ଦଳରେ ରହି ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ  |

Leave A Reply

Your email address will not be published.