ଘଡଘଡି ପଡି ୩ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଡଘଡି ପଡି ଗୋଟିଏ ପଞ୍ଚାୟତ ର ୩ ମୃତ. କୁଦାନଗରୀ ଥାନା ଅନ୍ତର୍ଗତ ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତର ଅଠର ବର୍ଷୀୟ ଆଶୁତୋଷ ଜେନା, ଚଉରାଅସି ବର୍ଷୀୟ ପୁର୍ଣ ଚନ୍ଦ୍ର ଛlଟୋଇ,ଷାଠିଏ ବର୍ଷୀୟ ଶିବ ପ୍ରସାଦ ସାହୁ ଙ୍କ ମୃତୁ ଘଟିଛି | ପାଟକୁରା ଅଞ୍ଚଳ ରେ ଆଜି ଅପରାହ୍ନ ରେ କାଳ ବୈଶାଖୀ ତାଣ୍ଡବ ରେ ବଜ୍ରପାତ ସହ ବର୍ଷା ଜାରି ରହିଥିଲା | ସେହି ସମୟରେ ଘର ବାହାରେ ଥିବା ଓ ଚାଷ ଜମି ରେ କାର୍ଯ୍ୟରତ ଥିବା ଏହି ୩ ଜଣ ଙ୍କ ବଜ୍ରପାତ ପଡି ଦୁଃଖଦ ମୃତୁ ଘଟିଛି |

ବୃଦ୍ଧ ଜଣଙ୍କ ବିଲରେ ମୁଗ ଉପାଡିବା ପାଈଁ ଯାଇଥିବା ସମୟରେ କାର୍ଯ୍ୟରତ ଅବସ୍ଥା ରେ ଥିଲେ | ବଜ୍ରପାତ ହେବାରୁ ତାଙ୍କର ମୃତୁ ହୋଇଥିଲା | ଆଶୁତୋଷ ଘର ବାହାରେ ଥିବାବେଳେ ବର୍ଷା ହେବାରୁ ଘରକୁ ଫେରୁଥିଲେ. ବଜ୍ରାଘାତରେ ତାଙ୍କର ଦେହର ଗୋଟିଏ ପାର୍ଶ୍ଵ ପୋଡି ଯାଇଥିଲା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତୁ ହୋଇଥିଲା | ତିନି ଜଣଙ୍କ ମୃତ ଦେହ ପାଟକୁରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖାଯାଇଛି |

ଆସନ୍ତା କାଲି ଶବ ବ୍ୟବଛେଦ ପାଈଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପଠାଯିବ | ପାଟକୁରା ବିଜେଡି ବିଧାୟକ ପାର୍ଥି ଅରବିନ୍ଦ ମହାପାତ୍ର ଓ ଯୁବ ବିଜେଡି ସଭାପତି ରାଜେଶ ଦାଶ ପାଟକୁରା ମେଡିକାଲ ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି | ତେବେ ଚାଷ ଜମି ରେ ମୁଗ ଅମଳ ପାଈଁ ଚାଷୀ ବ୍ୟସ୍ତ ଥିବା ବେଳେ ଘଡଘଡି ମାରିଥିଲା ଯାହା ତାଙ୍କ ପାଈଁ କାଳ ସାଜିଥିଲା | ଏ ଘଟଣା ପରେ ସମଗ୍ର ପାଟକୁରା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.