ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ । ଆଜି ବାସୁଦେବପୁର ବିଜେଡି ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଙ୍କ ଶ୍ରାଦ୍ଧ ଦିବସ ଵିଜେଡି କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି।

ଆଜି ସକାଳ ଆଠ ଘଟିକା ସମୟରେ ଥାନା ପୋଖରୀ ଠାରେ ତିଳ ତର୍ପଣ କରିଯିବା ପରେ ବାସୁଦେବପୁର ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ସାଧାରଣ ସଭା ର ଅନୁଷ୍ଠିତ ହୋଇଥିଲା। ସାଧାରଣ ସଭା ଅନୁଷ୍ଠିତ ପରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଜେଡି ଦଳ ର କାର୍ଯ୍ୟକର୍ତ୍ତା ମାନେ ମିଶି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଵାସୁଦେଵପୁର ର ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ବିଧାୟକ ପ୍ରତିନିଧି ଅସିତ୍ କୁମାର ଦାସ, ବିଜେଡି ବ୍ଲକ ସଭାପତି ଦିନବନ୍ଧୁ ଦାସ,ମାନସ ସାହୁ, କାଳନ୍ଦୀ ସାହୁ ,ମାନସ ପଟନାୟକ, ପ୍ରଫୁଲ୍ଲ ପଳିତା,ଗୈଚମ ସେଠୀ, ରାଜେନ୍ଦ୍ର ସାହୁ, ଶ୍ୟାମସୁନ୍ଦର ପଟ୍ଟନାୟକ ସମେତ ବିଜେଡି ଦଳ ବହୁ କର୍ମୀ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳ କରାଇଥିଲେ।

Leave A Reply

Your email address will not be published.