ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ଅରୁଣ ସାହୁଙ୍କୁ ନୋଟିସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ବଡ଼ ଝଟ୍‌କା ଲାଗିଛି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ନୟାଗଡ଼ରୁ ନାମାଙ୍କନ ଦାଖଲ କରିଥିଲେ ଅରୁଣ । ହେଲେ ଏହି ନାମାଙ୍କନର ସତ୍ୟପାଠରେ ସେ ତଥ୍ୟ ଲୁଚାଇଥିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି । ସୂଚନା ଅନୁସାରେ, ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ନୟାଗଡ଼ରୁ ନାମାଙ୍କନ ଦାଖଲ କରିଥିଲେ ଅରୁଣ ।

ହେଲେ ଏହି ନାମାଙ୍କନର ସତ୍ୟପାଠରେ ସେ ତଥ୍ୟ ଲୁଚାଇଥିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ପ୍ରତିପକ୍ଷ ବିଜେପି ପାର୍ଥି ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା | ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ |

Leave A Reply

Your email address will not be published.