ହେ ଈଶ୍ୱର ମୋ ପରିବାର କୁ ଦୟା କର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହେ ଈଶ୍ୱର ମୋ ପରିବାର କୁ ଦୟା କର। ଦିନ ଥିଲା ମୋ ପରିବାର ଭାରି ଖୁସିରେ ଦିନ କାଟୁ ଥିଲେ । ମୁ ଟ୍ରାକ୍ଟର ଡ୍ରାଇଭର କରି ମୋ ପରିବାର ଚଳାଉଥିଲି । ମୋ ଖୁସିକୁ କାହାର ନଜର ଲାଗିଗଲା ମୋ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ।

ହଁ ଆଜ୍ଞା ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା କୋରେଇ ବ୍ଲକ ତାରାକୋଟ ପଂଚାୟତ ର ରାଜେଶ କାଣ୍ଡି । ରାଜେଶ କାଣ୍ଡି ଛୋଟି ହୋଇଥିବା ବେଳେ ତାଙ୍କ ବାପା ଘର ଛାଡ଼ି କୁଆଡେ ପଳାଇ ଯାଇଛନ୍ତି । ମା ଦୁଃଖ କଷ୍ଟେ ପିଲାମାନଙ୍କୁ ବଡ କଲେ । ବଡ଼ ଯେବେ ହେଲେ ରାଜୁ ପରିବାର ଦୁଃଖ ଦେଖି ରୋଜଗାର କଲେ । ଟ୍ରାକଟର ଚଳାଇ ବେଶ ଖୁସିରେ ପରିବାର ଚାଲିଲା ରାଜୁ ମଧ୍ୟ ବିବାହ ହୋଇ ଘର ସଂସାର କରି ରହିଲେ । ହେଲେ ବିଧିର ଏ କି ବିଚାର ରାଜୁର ଗୋଡ଼ ହାଡ଼ ବଢିବାର ହେତୁ ଆଉ ସେ ଗାଡି ଚଳାଇ ପାରିଲେ ନାହିଁ । ଘରେ ପଡିରହିଲେ ଘରେ କେମିତି ଚଳିବେ ଘରେ ନିଜ ସ୍ତୀ ଛୋଟ ଝିଅ, ମା, ଆଇ ଭାରି ଭାଙ୍ଗି ପଡିଲେ । ନିଜର ବି ଠିକ ସେ ବି ଚିକିତ୍ସା କରି ପାରିଲେ ନାହିଁ । ଅର୍ଥ ସାଜିଲା ଦାଉ ଦିନେ ଖାଇଲେ ଦିନେ ଉପାସ । ଦୁଃଖ ଦେଖି ନିଜ ବୁଢୀ ଆଇ, ସାହି ପଡିସା ରେ ମାଗିଯାଚି ଆଣନ୍ତି ଚଳନ୍ତି । ରାଜୁ ଠିକ ସେ ଚାଲି ପାରନ୍ତି ନାହିଁ ।

ଦୁଃଖ ପରେ ଦୁଃଖ ଏ ପରିବାରକୁ ।ରାଜୁଙ୍କ ମାଙ୍କୁ ମଧ୍ୟ କ୍ୟାନସର ରୋଗରେ ପୀଡିତ । ହେଲେ କଥାରେ ଅଛି ଯେବେ ଦୁଃଖ ଆସେ ଭାଇ ବନ୍ଧୁ କୁ ନେଇକି ଆସେ । ଗୋଟେ ପଟେ ନିଜେ ଠିକ ସେ ଚାଲି ପାରୁ ନାହାନ୍ତି, ଆର ପଟେ ମା କୁ କ୍ୟାନସର ଭଳି ରୋଗ କିଭଳି ଚିକିତ୍ସା କରିବେ । ପଂଚାୟତ ର ସରପଞ୍ଚ ଓ ଗ୍ରାମର ବଦାନ୍ୟ ବେକ୍ତି ଓ ଗ୍ରାମବାସୀ ଙ୍କ ଦ୍ୱାରା କିଛି ଅର୍ଥ ରାଶି ଦ୍ୱାରା ଚିକିତ୍ସା ପାଇଁ ଧାଇଁ ଯାଇଥିଲେ ବଡ଼ ମେଡିକାଲ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ମଧ୍ୟ ହୋଇଥିଲେ କିଛି ମେଡ଼ିସିନ ଧରି ଘରକୁ ଫେରି ଥିଲେ । ଦର୍ଶକ ବନ୍ଧୁ ଆପଣ ତ ଦେଖିଲେ ଏ ଦୁଖୀ ପରିବାର କଥା ଆପଣ କେବଳ ସାହା ଭରସା ଏ ପରିବାର କୁ ଆପଣଙ୍କ ସାହାଯ୍ୟ ଅପେକ୍ଷାରେ । ଏ ପରିବାର ଆପଣ ମାନେ ସାହାଯ୍ୟ କଲେ ରାଜୁ ର ଗୋଡ଼ ର ଅସ୍ତ ପ୍ରଚାର ହୋଉପରିବା ସହିତ ରାଜୁଙ୍କ ମା ମେଡିକାଲ ଯିବା ଆସିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ଗ୍ରାମ ବାସି ମାନେ ପ୍ରଶାସନ କୁ ଓ ସ୍ୱେଚ୍ଛାସେବୀ ଓ ବଦାନ୍ୟ ବେକ୍ତି ଏ ପରିବାର କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି
SB330012080001. ରାଜେଶ କାଣ୍ଡି
IFSC. BARB0JAJPUR
ମୋବିଲେ ନମ୍ବର.9040916787 ।

Leave A Reply

Your email address will not be published.