ଧାର୍ମିକ ଅନୁଷ୍ଠାନର ପିସି ଟଙ୍କା ହଡ଼ପ ପ୍ରତିବାଦରେ ଗ୍ରାମବାସୀଙ୍କ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧାର୍ମିକ ଅନୁଷ୍ଠାନର ଉନ୍ନତି ପାଇଁ ଆସିଥିବା ଟଙ୍କାରୁ ପିସି କାରବାର କୁ ଗ୍ରାମବାସୀଙ୍କ ବିରୋଧ କରି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଙ୍କ ଦାବୀ । ସୂଚନା ଅନୁଯାୟୀ ୨୦୨୩- ୨୦୨୪ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ବିଶେଷ ସହାୟତା ଯୋଜନାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରେ ୬୮ଟି ଧାର୍ମିକ ଅନୁଷ୍ଠାନ ପାଇଁ ୨ କୋଟି ୭୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ବେଳେ ଦରଡ଼ା ପଞ୍ଚାୟତର ଦରଡ଼ା ପୁରୁଣା ହାଟ ପଡିଆ ସ୍ଥିତ ତହିତୁଲ ମସଜିଦର ମରାମତି ଏବଂ ପୁନଃରୁଦ୍ଧାର ପାଇଁ ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।

ସରକାରଙ୍କ ତରଫରୁ ପିସି ବାରଣ ଥିଲା ବେଳେ ପଞ୍ଚାୟତ ସମିତି ସଭ୍ୟ ସୁବ୍ରତ କୁମାର ପଣ୍ଡା ଚଞ୍ଚକତା କରି ନିଜର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନେଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ୪ଲକ୍ଷ ଟଙ୍କାରୁ ୩୯ହଜାର ୬୮ଟଙ୍କା ବିଭିନ୍ନ ଖର୍ଚ୍ଚ ବାବଦକୁ କଟି ତାଙ୍କ ଆକାଉଣ୍ଡକୁ ମସଜିଦର କାମ ବାବଦକୁ ୩ଲକ୍ଷ ୬୩ ହଜାର ୯୩୨ଟଙ୍କା ଆସିଥିବା ବ୍ଲକ କାର୍ଯ୍ୟାଳୟ ରୁ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଶ୍ରୀ ପଣ୍ଡା ପିସି ବାବଦକୁ ୪୩ହଜାର ୯୩୨ ଟଙ୍କା କାଟି ନେଇ ୩ ଲକ୍ଷ ୨୦ ହଜାର ଟଙ୍କା ଦେଉଥିଲେ । ଏହା ଜାଣିଲା ପରେ ବସ୍ତି ବାସିନ୍ଦା ଦରଡ଼ା ଛକରେ ଶ୍ରୀ ପଣ୍ଡାଙ୍କୁ ଘେରିଥିଲେ । ଶେଷରେ ସମିତି ସଭ୍ୟ ସୁବ୍ରତ କୁମାର ପଣ୍ଡା ପିସି ବାବଦକୁ ନେଇଥିବା ଟଙ୍କାରୁ ୨୦ହଜାର ଟଙ୍କା ଫେରାଇ ଥିଲେ ।

ଆଉ ବାକି ୨୩ହଜାର ୯୩୨ ଟଙ୍କା ଫେରେଇବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ । ଏହାକୁ ବିରୋଧ କରି ଦରଡ଼ା ବସ୍ତି ବାସିନ୍ଦା ତରଫରୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ପିସି ବାବଦକୁ ନେଇଥିବା ୨୩.୯୩୨ ଟଙ୍କା ଫେରେଇବାକୁ ଦାବୀ କରିବା ସହ ବିଭାଗୀୟ ଜେଇ ଓ ସମିତି ସଭ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡ଼ିଓ କୁ ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.