ପ୍ରଥମ ନର୍ଥଇଷ୍ଟ୍ ଇଣ୍ଡିଆ ଆନ୍ତର୍ଜତୀୟ ଚଳଚ୍ଚିତ୍ର ମହୋତ୍ସବ2022 ନାଗାଲାଣ୍ଡ ରେ ପୁରସ୍କୃତ ହେଲା ଓଡ଼ିଆ ସିନେମା “ଡାଲଚିନି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରଥମ ନର୍ଥଇଷ୍ଟ୍ ଇଣ୍ଡିଆ ଆନ୍ତର୍ଜତୀୟ ଚଳଚ୍ଚିତ୍ର ମହୋତ୍ସବ2022 ନାଗାଲାଣ୍ଡ ରେ ପୁରସ୍କୃତ ହେଲା “ଡାଲଚିନି” । NFDC, Ministry of information and broadcasting, ଓ Nodal Department for film Nagaland ର ମିଳିତ ଉଦ୍ୟମ ରେ ଡିସେମ୍ବର 12 ଓ 13 ନାଗାଲାଣ୍ଡ ର ଦିନାପୁର ଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ NFDC ର MD ରବୀନ୍ଦ୍ର ଭକରାଜ, under secretary Ministry of information and broadcasting ର ଜାହିଦ ସରିଫ ଓ ବିଯୋଇ ତାଞ୍ଜମ୍ ଙ୍କ ସହ ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଜାତୀୟ ବିଭାଗ ରେ ଶ୍ରେଷ୍ଠ Experimental ଚଳଚ୍ଚିତ୍ରର ପୁରସ୍କାର ପ୍ରଯୋଜକ ଅତିଶ କୁମାର ରାଉତ ଗ୍ରହଣ କରିଥିଲେ ନିକଟରେ ଡିସେମ୍ବର 10 ରେ ଦୂତୀୟ କର୍ଣ୍ଣାଟକ ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ଚଳଚ୍ଚିତ୍ର ରେ ପୁରସ୍କୃତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘।

ରିତୁପ୍ରିୟା ପ୍ରଡକ୍ସନ୍ସର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଯୋଜକ ଅତିଶ କୁମାର ରାଉତଙ୍କ ପ୍ରଯୋଜିତ ଚଳଚ୍ଚିତ୍ରକୁ ଆଉ ଏକ ସଫଳତା। ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ସିମଲା ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଜାତୀୟ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଲା ପରେ ,ଇନ୍ଦସଭାଲି ଅନ୍ତର୍ଜାତୀୟ ମହୋତ୍ସବ ରେ ଶ୍ରେଷ୍ଠ ଚିତ୍ରଉତୋଳନ ର ପୁରସ୍କାର ଯୁଧିଷ୍ଠିର ବେହେରା ଙ୍କୁ ମିଳିଥିଲା। 14 ତମ ରାଜସ୍ଥାନ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚିତ୍ର ରେ ପୁରସ୍କୃତ ହୋଇଥିଲା। ଏବେ ଚଳଚ୍ଚିତ୍ର ଟି ନର୍ଥଇଷ୍ଟ୍ ଇଣ୍ଡିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ Experimental ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ଚଳଚିତ୍ର ଟି ଗୋଆ ର 2022 ଫିଲ୍ମ୍ ଫେଷ୍ଟିଭାଲ ର ଫିଲ୍ମ୍ ବଜାର ରେ ସ୍ଥାନ ପାଇଥିଲା। ନିର୍ଦେଶକ ଶିଶିର ଓ ପିନାକୀ, କାହାଣୀ କାର ଜିତେନ୍ଦ୍ରିୟ , ମୁଖ୍ୟ ଭୂମିକାରେ ପାର୍ଥସାରଥୀ , ସୂର୍ଯ୍ୟମୟୀ ଓ ପ୍ରଭଞ୍ଜନ ଅଭିନୟ କରିଛନ୍ତି।

Leave A Reply

Your email address will not be published.