ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ପେଶାରେ ଡାକ୍ତର । ହେଲେ ନିଶା ତାଙ୍କର ଗୀତ ଗାଇବା । ଗୀତ ଦ୍ବାରା ରୋଗୀର ରୋଗ ଭଲ ହେବାର ଶକ୍ତିଥିବା କହିଛନ୍ତି ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ତେବେ ତାଙ୍କ ନିଶା ପାଇଁ ସେ ଏବେ ପହଞ୍ଚି ପାରିଛନ୍ତି ଜାତୀୟସ୍ତରର ଲୋକପ୍ରିୟ ସଂଗୀତ ପ୍ରତିଯୋଗିତା ସୋ ଇଣ୍ଡିଆନ ଆଇଡଲରେ । ୨୩ ବର୍ଷୀୟ ଯୁବ ଡାକ୍ତର କବିର ସିଂ ସିନେମାର ‘ତୁ ଇତନା ଜରୁରୀ କେସେ ହୁଆ ଗାଇ’ ସ୍ଵରର ଯାଦୁଗରୀରେ ଜୁରୀଙ୍କ ମନ ଜିତିବା ପରି ଗୋଲ୍ଡେନ ଟିକେଟ ପାଇ ସିଧା ଥିଏଟର ରାଉଣ୍ଡଙ୍କୁ ଉତ୍ତିର୍ଣ୍ଣ ହୋଇଛନ୍ତି ।
ଡାକ୍ତର ରୋହନ ବିଶ୍ୱାଳ କହିଛନ୍ତି,”ମୋ ସେବା ଓ ନିଶା ଦୁଇଟି ପରସ୍ପର ପାଇଁ ପରିପୂରକ । ଗୀତ ମତେ ପ୍ରେରଣ ଦିଏ । ମ୍ୟୁଜିକ ଥେରାପି ଅନେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିଥାଏ । ମୋ ନିଶା ସହ ପେଶା ମେତେ ଆଜି ଏହି ସଫଳତା ଆଣିଦେଇଛି । ମୋ ସଫଳତା ସମସ୍ତ ଓଡ଼ିଶାବାସୀଙ୍କ ସଫଳତା । ମୁଁ ଆଶା କରିବି ସମସ୍ତଙ୍କ ଆଶିଷ ଓ ଶୁଭକାମନା ପାଇ ମୁଁ ନିଶ୍ଚୟ ଲକ୍ଷ୍ୟ ପଥରେ ଅଗ୍ରଗତି କରିବି । ଗୋଲ୍ଡେନ୍ ଟିକେଟ ପାଇ ଥିଏଟର ରାଉଣ୍ଡରେ ପହଞ୍ଚି ସାରିଛି । ଆଗାମୀ ରାଉଣ୍ଡ ପାଇଁ ପୁରା ଭାରତର ବଛାବଛା ପ୍ରତଯୋଗୀଙ୍କ ସହ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚାଲିଛି । ପେଶା ଅର୍ଥାତ ସେବାକୁ ଭଗବାନ ଆଉ ନିଶା ଅର୍ଥାତ ସଂଗୀତକୁ ପୂଜା ମାନି ସବୁଠାରୁ ବଡ଼ ରିଆଲିଟି ସୋ’ରେ ପହିଞ୍ଚିଛି ।
” ତେବେ ଅଡିସନ୍ ରାଉଣ୍ଡରେ ରୋହନଙ୍କ ପ୍ରଦର୍ଶନ କେବଳ ବିଚାରପତି – ଶ୍ରେୟା ଘୋଷାଲ, କୁମାର ଶାନୁ ଏବଂ ବିଶାଲ ଦାଦଲାନୀଙ୍କୁ ପ୍ରଭାବିତ କରିନାହିଁ ବରଂ ପରବର୍ତ୍ତୀ ରାଉଣ୍ଡରେ ତାଙ୍କ ପ୍ରଦର୍ଶନକୁ ସୁନିଶ୍ଚିତ କରି ତାଙ୍କୁ ଏକ ‘ସୁବର୍ଣ୍ଣ ଟିକେଟ୍’ ଅର୍ଜନ କରିଛି। ଲୋକପ୍ରିୟ ଚଳଚ୍ଚିତ୍ର “କବୀର ସିଂ” ର ହିନ୍ଦୀ ଗୀତ “କେସେ ହୁଆ” ର ତାଙ୍କର ପ୍ରଦର୍ଶନ ଏହି ଶୋ’ରେ ବିଚାରପତିମାନଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ତାଙ୍କୁ “ଡାକ୍ତର-ଗାୟକ” ନାମରେ ନାମିତ କରିଥିଲେ। ମ୍ୟୁଜିକ ଓ ମେଡ଼ିସିନକୁ ସମାନ୍ତରାଳ ଭାବେ ସମ୍ମାନ ଦେଇ ନିଜକୁ ନିଆରା ଭାବେ ପ୍ରତିପାଦିତ କରିଛନ୍ତି ଓଡ଼ିଆ ଡାକ୍ତର ।