ଶିଶୁ ଟିକାକରଣରେ ଓଡ଼ିଶା ହେଲା ଦେଶର ନମ୍ବର-୧

0

କରୋନା ସଂକ୍ରମଣ କମିଥିଲେ ବି ଛାତ୍ରଛାତ୍ରୀମାନେ ଏବେ ବୟସ୍କଙ୍କ ତୁଳନାରେ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିିରେ ରଖି ଶିଶୁଙ୍କ ଟିକାକରଣକୁ ଜୋରସୋରରେ ଆରମ୍ଭ କରାଯାଇଛି । ଶିଶୁଙ୍କ ଟିକାକରଣରେ ଦେଶର ନମ୍ବର ୧ ରାଜ୍ୟ ହୋଇଛି ଓଡ଼ିଶା । ଓଡ଼ିଶାରେ ସର୍ବାଧିକ ୯୦.୫% ଶିଶୁ ସବୁ ଟିକା ନେଇଛନ୍ତି । ଏନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସ ରିପୋର୍ଟରୁ ସୂଚନା ମିଳିଛି ।

ରିପୋର୍ଟ ମୁତାବକ, ୯୨.୨% ଗର୍ଭବତୀଙ୍କର ଡାକ୍ତରୀ ଅନୁଷ୍ଠାନରେ ପ୍ରସବ ହୋଇଛି । ୮୧.୫% ମହିଳା ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟକର ଉପାୟ ଆପଣାଇଛନ୍ତି । ୧୫ରୁ ୨୪ ବର୍ଷୀୟା ମହିଳାଙ୍କ ଉପରେ ସାରା ଦେଶରେ ସର୍ଭେ ହୋଇଥିଲା । ଏହି କ୍ଷେତ୍ରରେ ଜାତୀୟ ହାର ୭୭.୩% ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.