ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ଗସ୍ତରେ ଯିବ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାରେ କାର୍ଯ୍ୟକ୍ରମ ରହିଛି । ଏହିସହିତ ଦଳର ବରିଷ୍ଠ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବାର ମଧ୍ୟ ସୂଚନା ମିଳିଛି ।

ରାଜ୍ୟରେ ପୁଣି ଚର୍ଚ୍ଚା ଧରିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ନିଗମ ଅଧ୍ୟକ୍ଷଙ୍କ ନିଯୁକ୍ତି । ନିକଟରେ ରାଜ୍ୟ ବିଜେପି ସଭାପତି ଏବଂ ରାଜ୍ୟ ପ୍ରଭାରୀ ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ନିଗମ ଅଧ୍ୟକ୍ଷ ନିଷ୍ପତ୍ତି ଖୁବଶୀଘ୍ର ହେବ ନେଇ ପ୍ରତିକ୍ରିୟା ରଖିଥିଲେ । ଏହାପରେ ଠାରୁ କେବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବ । ସେନେଇ ଚର୍ଚ୍ଚା ଚାଲିଥିଲା । ଏସବୁ ମଧ୍ୟରେ ସୋମବାର ଠାରୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହିତ ଦଳର ବରିଷ୍ଠ ନେତୃତ୍ୱଙ୍କୁ ମଧ୍ୟ ଭେଟିବାରେ କାର୍ଯ୍ୟକ୍ରମ ରହିଛି । ହେଲେ କେଉଁ ମନ୍ତ୍ରୀଙ୍କ ସହିତ କେଉଁ ପ୍ରସଙ୍ଗରେ ଭେଟିବେ । ସେନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.